Categories: ଜାତୀୟ

ଓଓ୍ବାଇସିଙ୍କ ରାଲିରେ ‘ଔରଙ୍ଗଜେବ ଅମର ରହେ’ ସ୍ଲୋଗାନକୁ ନେଇ ବିବାଦ

ମୁମ୍ବାଇ,୨୫।୬: ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମ(ଏଆଇଏମଆଇଏମ)ର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ବୁଲଡାନାରେ ଓଓ୍ବାଇସିଙ୍କ ରାଲିରେ ‘ଔରଙ୍ଗଜେବ ଅମର ରହେ’ ସ୍ଲୋଗାନ ଦିଆଯାଇଥିଲା, ଯାହାକୁ ନେଇ ଏବେ ପୋଲିସ ଯାଞ୍ଚ ଆରମ୍ଭ କରିଛି।
ସୂଚନାଯୋଗ୍ୟ,ବୁଲଡାନାରେ ଶନିବାର ସନ୍ଧ୍ୟାରେ ଓଓ୍ବାଇସିଙ୍କ ଦଳର ଏକ ସଭା ଥିଲା। ଏଥିରେ ଓଓ୍ବାଇସି ତାଙ୍କର ଭାଷଣ ଦେଉଥିଲେ। ସେହି ସମୟରେ ସ୍ଲୋଗାନ ଦିଆଯାଇଥିଲା, ‘ଯବତକ ସୁରଜ ଚାନ୍ଦ ରହେଗା, ଔରଙ୍ଗଜେବ ତେରା ନାମ ରହେଗା। ’

Share