ଗୋଟିଏ ଦିନରେ ମହାରାଷ୍ଟ୍ର ପୋଲିସର ୫୩୩ କର୍ମଚାରୀ କରୋନା ଆକ୍ରାନ୍ତ

ମୁମ୍ବାଇ, ୯।୯: ମହାରାଷ୍ଟ୍ର ପୋଲିସରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୩ ଜଣ କର୍ମଚାରୀ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟ ପୋଲିସ ବିଭାଗରେ ବର୍ତ୍ତମାନ ସୁଦ୍ଧା ୧୭ ହଜାର ୯୭୨ ଜଣ କର୍ମଚାରୀ ଏହି ପ୍ରାଣଘାତୀ ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ହଜାର ୨୬୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅପରପକ୍ଷରେ ଗତ ଦିନକ ମଧ୍ୟରେ ଆଉ ୩ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନାଜନିତ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ସଂଖ୍ୟା ୧୮୦କୁ ବୃଦ୍ଧି ପାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଦ୍ୱିତୀୟ ଥର ପାଇଁ ଗୋଟିଏ ଦିନରେ ମହାରାଷ୍ଟ୍ର ପୋଲିସ ବିଭାଗର ୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିପୂର୍ବରୁ ସେପ୍ଟେମ୍ବର ୫ରେ ରାଜ୍ୟର ୫୧୧ ଜଣ ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ।

Share