Categories: ଜାତୀୟ

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ସନ୍ଧ୍ୟା ସାଢ଼େ ୬ଟାରେ ମାତୋଶ୍ରୀରେ ବସିବ ବଡ଼ ବୈଠକ

ମୁମ୍ବାଇ,୨୪।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟରେ ଏବେ ଚେକ୍‌ ମ୍ୟାଟର ଖେଳ ଜାରି ରହିଛି। ଗୋଟିଏ ପଟେ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ଦଳ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଅନ୍ୟପଟେ ଶିବସେନା ବିଧାୟକମାନେ ଜଣେ ପରେ ଜଣେ ଉଦ୍ଧବ ଠାକେରଙ୍କଠାରୁ ଅଲଗା ହେଉଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ମହାବିକାଶ ଅଘାଡ଼ି(ଏମ୍‌ଭିଏ)ସରକାରଙ୍କୁ ବଞ୍ଚାଇବା ପାଇଁ ସହଯୋଗୀ ଦଳ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ମହାରାଷ୍ଟ୍ରର ରାଜନୈତିକ ସଙ୍କଟକୁ ନେଇ ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀଠାରେ ଏକ ବଡ଼ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଓ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ସାମିଲ ହୋଇ ଉଦ୍ଧବଙ୍କ ସହ ଆଲୋଚନା କରିବେ। ଅନ୍ୟପଟେ ଅଜିତ କହିଛନ୍ତି, ଆମର ଆଭିମୁଖ୍ୟ ସ୍ପଷ୍ଟ ରହିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଆମେ ସମର୍ଥନ କରୁଛୁ। ଯଦିଓ ବିଦ୍ରୋହୀମାନେ ଦାବି କରୁଛନ୍ତି ଯେ, ସେମାନଙ୍କ ପାଖରେ ସଂଖ୍ୟାଗରିଷ୍ଠତା ରହିଛି, କିନ୍ତୁ ସେମାନେ ଶିବସେନା ସହିତ ଅଛନ୍ତି। ବହୁମତ ଏବେ ବି ଏମ୍‌ଭିଏ ପାଖରେ ରହିଛି ବୋଲି ଅଜିତ ପାଓ୍ବାର କହିଛନ୍ତି।

 

Share