Categories: ଜାତୀୟ

ଏନସିପିରେ ବିଦ୍ରୋହ ପରେ ଶିନ୍ଦେଙ୍କ ସାମ୍ନାରେ ସଙ୍କଟ, ଅଯୋଗ୍ୟତାକୁ ନେଇ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ

ନୂଆଦିଲ୍ଲୀ,୪।୭: ଏନସିପିରେ ବିଦ୍ରୋହ ପରେ ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ବିଧାନସଭାରୁ ଅଯୋଗ୍ୟତା ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି। ଉଦ୍ଧବ ଠାକୁରଙ୍କ ଶିବସେନା ନେତା ସୁନୀଲ ପ୍ରଭୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ତାଙ୍କ ସହଯୋଗୀ ବିଧାୟକଙ୍କ ଅଯୋଗ୍ୟତା ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ବାଚସ୍ପତିଙ୍କ ନିକଟରେ ବିଚାରାଧୀନ ଥିବା ଦର୍ଶାଯାଇଛି।

ପିଟିଶନରେ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ବାଚସ୍ପତି ଏ ପର୍ଯ୍ୟନ୍ତ ଏକନାଥ ଶିନ୍ଦେ ଏବଂ ତାଙ୍କ ସହିତ ଦଳରେ ବିଦ୍ରୋହ କରିଥିବା ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି।

 

Share