Categories: ଜାତୀୟ

ଏନସିପିରେ ବିଦ୍ରୋହ ପରେ ଅମୋଲ କୋହ୍ଲେଙ୍କୁ ବଡ଼ ଦାୟିତ୍ୱ ଦେଲେ ଶରଦ ପାୱାର

ମୁମ୍ବାଇ.୧୨।୭: ଏନସିପିରେ ଅଜିତ ପାୱାରଙ୍କ ବିଦ୍ରୋହ ପରେ ବର୍ତ୍ତମାନ ଦଳ ଦୁଇ ଭାଗରେ ବିଭକ୍ତ ହୋଇଛି। ଉଭୟ ଦଳର ବରିଷ୍ଠ ନେତାମାନେ ସେମାନଙ୍କ ସହ ଉପସ୍ଥିତ ଥିବା ବିଧାୟକ, ଏମ୍‌ପି ଏବଂ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ୱ ଏବଂ ପଦବୀ ପ୍ରଦାନ କରୁଛନ୍ତି। ଏହି ସମୟରେ ଶରଦ ପାୱାରଙ୍କ ଗୋଷ୍ଠୀ ଏମ୍‌ପି ଅମୋଲ କୋହ୍ଲେଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି। ଦଳର ଅଧ୍ୟକ୍ଷ ଶରଦ ପାୱାର ଏମ୍‌ପି ଅମୋଲ କୋହ୍ଲେଙ୍କୁ ଏନସିପିର ପ୍ରଚାର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି।

ଏନସିପି ପାର୍ଟି ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛି। ଦଳର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏକ ଟୁଇଟ୍‌ରେ କୁହାଯାଇଛି ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାରଙ୍କ ସହମତିରେ ଏମ୍‌ପି ଡକ୍ଟର ଅମୋଲ କୋହ୍ଲେଙ୍କୁ ମହାରାଷ୍ଟ୍ର ପ୍ରଦେଶ ଏନସିପିର ପ୍ରଚାର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ପାର୍ଟି ରାଜ୍ୟ ସଭାପତି ଜୟନ୍ତ ପାଟିଲ ଅମୋଲ କୋହ୍ଲେଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ମହାରାଷ୍ଟ୍ରର ଦାୟିତ୍ୱରେ ଥିବା ସୁପ୍ରିୟା ସୁଲେ, ପୂର୍ବତନ ବିଧାୟକ ହେମନ୍ତ ଟାକଲେ ଉପସ୍ଥିତ ଥିଲେ।

Share