Categories: ଜାତୀୟ

ଶରଦ ପାଓ୍ବାରଙ୍କୁ ଦିଆଯାଉଛି ଧମକ

ମୁମ୍ବାଇ,୨୪।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି ନାଁରେ ଏକ ବଡ ଅଭିଯୋଗ ଆଣିଛନ୍ତି। ରାଉତ ଟୁଇଟ୍‌ ଯୋଗେ କହିଛନ୍ତି ଯେ, ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଧମକ ଦିଆଯାଇଛି। ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଧମକ ଦେଇଛନ୍ତି ଯେ, ମହା ବିକାଶ ଅଘାଡି ସରକାରକୁ ବଞ୍ଚାଇବା ପାଇଁ ଉଦ୍ୟମ କଲେ ଶରଦ ପାୱାରଙ୍କୁ ଘରକୁ ଯିବାକୁ ଦିଆଯିବ ନାହିଁ। ମହା ବିକାଶ ଅଘାଡି ସରକାର ରହିବ ନ ରହିବ ସେଟା ଭିନ୍ନ କଥା, କିନ୍ତୁ ଶରଦ ପାୱାରଙ୍କ ପାଇଁ ଏହିପରି ଭାଷାର ବ୍ୟବହାର ଗ୍ରହଣୀୟ ନୁହେଁ। ଏଭଳି ଧମକରେ ମୋଦି ଜୀ ଏବଂ ଅମିତ ଶାହା ଜୀଙ୍କର ସମର୍ଥନ ଅଛି କି?
ସଞ୍ଜୟ କହିଛନ୍ତି, ଆମକୁ ବିଧାନସଭାରେ ଆମର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ, ସେତେବେଳେ ଆମେ ଜିତିବୁ। ସିନ୍ଦେ ଦଳ ଆମକୁ ଚ୍ୟାଲେଞ୍ଜ କରୁଛନ୍ତି, ସେମାନେ ବୁଝିବା ଉଚିତ୍‌ ଯେ, ଶିବସେନା କର୍ମୀ ଏପର୍ଯ୍ୟନ୍ତ ରାସ୍ତାକୁ ଆସିନାହାଁନ୍ତି। ଶିବସେନା ଏକ ମହାସାଗର। ତରଙ୍ଗ ଆସେ ଏବଂ ଯାଏ, କିନ୍ତୁ ଆମେ ଏପରି ତରଙ୍ଗକୁ ଭୟ କରୁନାହୁଁ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ବିଦ୍ରୋହୀ ଶିବସେନା ମନ୍ତ୍ରୀ ଏକନାଥ ସିନ୍ଦେ ଶୁକ୍ରବାର ପ୍ରାୟ ୧୨ ଜଣ ସ୍ବାଧୀନ ସହ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି।

Share