Categories: ଜାତୀୟ

ସିନ୍ଦେଙ୍କ ସହ ୩୭ରୁ ଅଧିକ ବିଧାୟକ, ଦଳ ବଦଳ ଆଇନକୁ ନେଇ ଚର୍ଚ୍ଚା

ମୁମ୍ବାଇ,୨୩ ।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ଏବେବି ଆଶା କରାଯାଉଛି ମନ୍ତ୍ରିମଣ୍ଡଳ ଭାଙ୍ଗିବ କି ନାହିଁ । ଗୁରୁବାର ଅସନ୍ତୁଷ୍ଟ ବିଧାୟକଙ୍କୁ ନେଇ ମେଣ୍ଟ କରାଯାଉଥିବା ବେଳେ ଶିବସେନା ସରକାରଙ୍କ ବୈଠକରେ ମାତ୍ର ୧୩ ବିଧାୟକ ଯୋଗ ଦେଇଥିବା ବେଳେ ସିନ୍ଦେଙ୍କ ନିକଟରେ ୪୨ ବିଧାୟକ ଥିବା ଦର୍ଶାଇ ସିନ୍ଦେ ଏକ ଭିଡିଓ ଶେୟାର କରିଥିଲେ ।
ଏପଟେ ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ ଶିବସେନା ସରକାର ଭାଙ୍ଗିବ ନାହିଁ । ସିନ୍ଦେଙ୍କ ପାଖକୁ ଯାଇଥିବା ବିଧାୟକମାନେ ଆମ ସହ ସମ୍ପର୍କରେ ରହିଛନ୍ତି । ମହାରାଷ୍ଟ୍ରରେ ଦେଖାଦେଇଥିବା ଏହି ରାଜନୈତିକ ସଙ୍କଟ ମଧ୍ୟରେ ଦଳ ବଦଳ ବିରୋଧି ଆଇନକୁ ନେଇ ଚର୍ଚ୍ଚା ହେଲାଣି । ଏହି ଆଇନ ବଳରେ ଉଦ୍ଧବ ଠାକରେଙ୍କ ସରକାର ବଞ୍ଚିଯିବ କି ବୋଲି ଚର୍ଚ୍ଚା ହେଉଛି ।
ମହାରାଷ୍ଟ୍ରର ୨୮୮ସଦସ୍ୟ ଥିବା ବିଧାନସଭାରେ ଉଦ୍ଧବ ଠାକରେଙ୍କ ନେତୃତ୍ୱର ଶିବସେନାର ୫୫ ବିଧାୟକ ରହିଛନ୍ତି । ଦଳ ବଦଳ ବିରୋଧି ଆଇନ ଅନୁସାରେ ସରକାର ଭାଙ୍ଗିବା ପାଇଁ ଯେ କୌଣସି ବିଧାୟକ ଦଳର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସହମତିର ଆବଶ୍ୟକତା ରହିଛି । ଯେଉଁମାନେ ଅନ୍ୟ ଏକ ରାଜନୈତିକ ଦଳ ସହ ମେଣ୍ଟ କରିବାକୁ ସହମତି ପ୍ରକାଶ କରିଛନ୍ତି । ତେଣୁ ଅଯୋଗ୍ୟତାକୁ ଏଡାଇବାକୁ ଏକନାଥ ସିନ୍ଦେଙ୍କୁ ୩୭ ଜଣ ବିଧାୟକ ସମର୍ଥନ ନିଶ୍ଚିତ କରିବାକୁ ପଡିବ ।

Share