Categories: ଜାତୀୟ

ମୁଖ୍ୟମନ୍ତ୍ରୀ ନିବାସ ଛାଡିଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୨।୬: ମହାରାଷ୍ଟ୍ରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ହାଇଭୋଲଟେଜ ଡ୍ରାମା ବୁଧବାର ମଧ୍ୟ ଜାରି ରହିଛି। ଶିବସେନାର ବିଦ୍ରୋହୀ ବିଧାୟକମାନେ ସୁରତରୁ ଗୁଆହାଟୀରେ ପହଞ୍ଚିଛନ୍ତି। ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଯଦି ବିଦ୍ରୋହୀ ବିଧାୟକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାଁନ୍ତି ନାହିଁ ତେବେ ସେ ତାଙ୍କ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ରାଜ୍ୟକୁ ସମ୍ବୋଧିତ କରିବାର କିଛି ସମୟ ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ନିବାସ ଛାଡି ମାତୋଶ୍ରୀ ଅଭିମୁଖେ ଯାଇଛନ୍ତି। ସେ ସାଙ୍ଗରେ ଲଗେଜ ମଧ୍ୟ ନେଉଛନ୍ତି। ଏଥିସହିତ ଶିବସେନା ସମର୍ଥକ ତାଙ୍କୁ ସମର୍ଥନ କରିବା ପାଇଁ ମାତୋଶ୍ରୀ ବାହାରେ ଏକାଠି ହୋଇଛନ୍ତି।
ସୂଚନାଯୋଗ୍ୟ, ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ସମର୍ଥନରେ ଦଳର ୩୦ ଜଣ ଓ ୪ ଜଣ ସ୍ବାଧୀନ ବିଧାୟକ ରହିଥିବା ଦାବି କରି ଗୋଟିଏ ଚିଠି ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ପାଖକୁ ପଠାଯାଇଛି। ଏପରିକି ରାଜ୍ୟର ମୋଟ ୪୭ରୁ ଅଧିକ ବିଧାୟକଙ୍କ ସମର୍ଥନ ତାଙ୍କ ସହ ରହିଥିବା ସିନ୍ଦେ ଦାବି କରିଛନ୍ତି।

Share