Categories: ଜାତୀୟ

ଶରଦଙ୍କ ପରେ ନିଜ ପରିବାରର ଆଉ ଜଣଙ୍କ ସହ କଡା ମୁକାବିଲା କରିବେ ଅଜିତ ପାଓ୍ବାର! ଆପତ୍ତିଜନକ ଟ୍ବିଟ୍‌ କରି ବର୍ଷିଲେ ରାହୁଲ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତି ଦିିନକୁ ଦିନ ନୂଆ ମୋଡ ନେଉଛି। ଅଜିତ ପାଓ୍ବାର ଶରଦ ପାଓ୍ବାରଙ୍କ ଦଳ ଛାଡିବା ପରେ ତାଙ୍କୁ ନେଇ ଶରଦଙ୍କ ପକ୍ଷରୁ ବିଭିନ୍ନ ବୟାନ ବାଜି ଜାରି ରହିଛି। ଏହିକ୍ରମରେ ସୁପ୍ରିୟା ସୁଲେ ମଧ୍ୟ ଅଜିତଙ୍କୁ ସମାଲୋଚନା କରିଛନ୍ତି। ତେବେ ନିଜ ପରିବାରରୁ ଗୋଟିକ ପରେ ଗୋଟିଏ ନିନ୍ଦା ଶୁଣିବାକୁ ମିଳୁଛି। ବର୍ତ୍ତମାନ ଶରଦଙ୍କ ବଡ ଭାଇଙ୍କ ପୁଅ ରୋହିତ ପାଓ୍ବାର ଟ୍ବିଟ୍‌ କରି ଅଜିତଙ୍କ ଉପରେ ବର୍ଷିଛନ୍ତି।

ଏନସିପି ବିଧାୟକ ରୋହିତ ପାୱାର ଏକ ଉତ୍ତେଜକ ଫଟୋ ଟ୍ବିଟରରେ ଶେୟାର କରିଛନ୍ତି। ଏହି ଫଟୋରେ ଶରଦ ପାୱାରଙ୍କ ଚିତ୍ର ମହାରାଷ୍ଟ୍ରର ମାନଚିତ୍ର ମଝିରେ ଥିବାବେଳେ କିଛି ଲୋକ ତାଙ୍କ ଚାରିପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଫଟୋରେ ଚାରିଟି କୁକୁର ଚାରିପଟୁ ମାନଚିତ୍ର ବାହାରେ ଭୁକିବା ଦେଖାଯାଇଛି। ଏହା ସହିତ ସେ ମରାଠୀ ଭାଷାରେ ଲିଖିତ ଏକ କବିତା ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ମନ୍ତବ୍ୟ ଦେଇଛନ୍ତି। ଅନ୍ୟପଟେ ଅଜିତ ପାଓ୍ବାର ନିଜ ପାର୍ଟି ବୈଠକରେ ଶରଦ ପାଓ୍ବାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଏହି ସଫଳତା ପାଇବା ପଛରେ ଶରଦଙ୍କ ସମର୍ଥନ ରହିଛି। ସେଥିପାଇଁ ତାଙ୍କୁ କୃତଜ୍ଞତା ଜଣାଉଛି।

ସୂଚନାଯୋଗ୍ୟ, ଏନସିପି ମୁଖିଆ ଶରଦ ପାୱାରଙ୍କ ବଡ ଭାଇ ଆପାସାହେବଙ୍କ ନାତି ତଥା ପରିବାରର ଚତୁର୍ଥ ପିଢିର ସଦସ୍ୟ ରୋହିତ ପାୱାର। ୩୭ବର୍ଷିୟ ରୋହିତ ଅହମ୍ମଦନଗର ଜିଲାର କରଜାଟ ଜାମଖେଡ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଅଟନ୍ତି। ସେ ୨୦୧୭ରେ ପୁଣେ ଜିଲା ପରିଷଦ ଆସନରେ ୧୨,୦୦୦ରୁ ଅଧିକ ଭୋଟରେ ବିଜୟ ହାସଲ କରି ରାଜନୀତିରେ ପ୍ରବେଶ କରିଥିଲେ। ସେ ୨୦୧୯ରେ କରଜତ ଜାମଖେଡ ଆସନରୁ ପ୍ରଥମ ଥର ବିଧାନସଭା ନିର୍ବାଚନରେ ଜିତିଥିଲେ।

Share