Categories: ଜାତୀୟ

ମହାରାଷ୍ଟ୍ର ରାଜନୀତି ସରଗରମ: ଉଦ୍ଧବଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଷଡ଼ଯନ୍ତ୍ର କରିଥିଲେ ଆଦିତ୍ୟ…

ମୁମ୍ବାଇ,୨୯।୪ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଉଦ୍ଧବ ଠାକରେଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି ସାମ୍ନାକୁ ଆସିଛି। କୁହାଯାଉଛି, ଯେତେବେଳେ ମୁଖ୍ୟମନ୍ତ୍ରୀ ପଦବୀରେ ଥିବାବେଳେ ଉଦ୍ଧବ ଠାକରେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ତାଙ୍କ ପୁଅ ଆଦିତ୍ୟ ଠାକରେ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଷଡଯନ୍ତ୍ର କରିଥିଲେ। ଭାଜପା ବିଧାୟକ ନୀତେଶ ରାଣେ ଏହି ଦାବି କରିଛନ୍ତି। ଖବର ଅନୁଯାୟୀ, ନୀତେଶ ରାଣେ ଶନିବାର କହିଛନ୍ତି, ମହାବିକାଶ ଆଘାଡି (ଏମଭିଏ) ସରକାରରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଉଦ୍ଧବଙ୍କ ବେକ ଏବଂ ପିଠିରେ ଅସ୍ତ୍ରୋପଚାର ହୋଇଥିଲା।

ଏହି ସମୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ସରକାରରେ ଜଣେ ମନ୍ତ୍ରୀ ଥିବା ତାଙ୍କ ପୁଅ ଆଦିତ୍ୟ ଠାକରେ ତାଙ୍କ ପିତା ଉଦ୍ଧବଙ୍କୁ ପଦବୀରୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ହେଉଥିଲେ।

ଜସଲୋକ ହସ୍ପିଟାଲର ଯେଉଁ ରୁମରେ ବୈଠକ ଅନୁଷ୍ଠିତ ହୋଇଥିଲା ତାହାର ସିସିଟିଭି ଫୁଟେଜ ଅଛି ବୋଲି ନୀତୀଶ ରାଣେ ଦାବି କରିଛନ୍ତି।

ରାଣେ କହିଛନ୍ତି, ସେତେବେଳେ କୁହାଯାଇଥିଲା ଉଦ୍ଧବଙ୍କ ସ୍ବାସ୍ଥ୍ୟ ଭଲ ହେବ ନାହିଁ। ତେବେ ଏନସିପି ଏବଂ କଂଗ୍ରେସର ବିରୋଧ ଯୋଗୁଁ ଆଦିତ୍ୟ ଠାକରେ ଆଗକୁ ଯାଇପାରି ନ ଥିଲେ। ରିପୋର୍ଟ ଅନୁଯାୟୀ, ଉଦ୍ଧବ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଆଦିତ୍ୟ ତାଙ୍କ ବନ୍ଧୁ ବରୁଣ ସର୍ଦ୍ଦାରଙ୍କ ସହ ସ୍ବିଜରଲାଣ୍ଡର ଡାଭୋସରେ ମଜା କରୁଥିଲେ। ଆଦିତ୍ୟଙ୍କ ସମ୍ବନ୍ଧୀୟ ଏହି ତଥ୍ୟ ସତ କି ମିଥ୍ୟା ତାହା ମଧ୍ୟ ଉଦ୍ଧବ ଦଳର ନେତା ସଞ୍ଜୟ ରାଉତ ସ୍ପଷ୍ଟ କରିବା ଉଚିତ।

ସଞ୍ଚୟ ଅନ୍ୟମାନଙ୍କ ଉପରେ ମନ୍ତବ୍ୟ ଦେବା ପରିବର୍ତ୍ତେ ଆଦିତ୍ୟଙ୍କ ବିବାହ ଉପରେ ଲେଖିବା ଉଚିତ। ଆଦିତ୍ୟ ଠାକରେ କେବେ ବିବାହ କରିବେ ଏବଂ କାହା ସହିତ ହେବ ତାହା ଲେଖିବା ଆବଶ୍ୟକ। ଆଦିତ୍ୟଙ୍କ ସ୍ବରକୁ ଅନୁକରଣ କରି ସେ କହିଛନ୍ତି କିଏ କରିବ ମ୍ୟାଉଁ ମ୍ୟାଉଁ ସହିତ ବିବାହ ।

ନୀତୀଶ ରାଣେଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଉଦ୍ଧବ ଠାକରେ କହିଛନ୍ତି, ତାଙ୍କ ଦଳ ଏବଂ ଏହାର ନେତାମାନେ ନୀତୀଶଙ୍କୁ ଗୁରୁତ୍ୱ ଦେଉନାହାଁନ୍ତି। ତେଣୁ ତାଙ୍କ କଥା ଉପରେ ପ୍ରତିକ୍ରିୟା ଦେବାର କରିବାର କୌଣସି ଅର୍ଥ ନାହିଁ ।

 

Share