Categories: ଜାତୀୟ

‘ଜାତି ଆଧାରରେ ମିଳିବ ନାହିଁ ସଂରକ୍ଷଣ’,ଅମିତ ଶାହାଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ସଞ୍ଜୟ ରାଉତ

ମୁମ୍ବାଇ,୧୧।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ମହାରାଷ୍ଟ୍ରର ନାଂଦେଡ ଗସ୍ତ କରି ଏକ ଜନ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମ୍ବୋଧନରେ ସେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ। ଏବେ ଶିବସେନା(ୟୁବିଟି)ଏମପି ସଞ୍ଜୟ ରାଉତ ଶାହାଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କି ଭାରତୀୟ ଜନତା ପାର୍ଟି(ଭାଜପା) ର ମହାସମ୍ପର୍କ ଅଭିଯାନ କମ ଓ ଉଦ୍ଧବ ଠାକରେଙ୍କ ଆଲୋଚନା ଅଧିକ ହେଉଥିଲା।
ରାଉତ କହିଛନ୍ତି ଅମିତ ଶାହା ଦେଶର ଆଇନ ବ୍ୟବସ୍ଥାକୁ ନେଇ ଆଲୋଚନା କରିବା ଦରକାର। ଜାତି ଓ ଧର୍ମ ଆଧାରରେ କାହାକୁ ସଂରକ୍ଷଣ ମିଳିବା ଉଚିତ ନୁହେଁ। ରାଜ୍ୟର ଜନତା ଠାକରେ ପରିବାର ଉପରେ ଭରସା କରନ୍ତି, ଶିବସେନାକୁ ଭାଜପା ଧୋକା ଦେଇଥିଲା।
ଏହା ବ୍ୟତୀତ ସେ ଟୁଇଟ କରି କହିଛନ୍ତି, ‘ନାଂଦେଡରେ ଅମିତ ଶାହାଙ୍କ ଭାଷଣ ଶୁଣନ୍ତୁ, ଏହା ଅଦ୍ଭୁତ, ମୋର ଗୋଟିଏ ପ୍ରଶ୍ନ ଏହାକ’ଣ ଭାଜପାର ମହାସମ୍ପର୍କ ଯାତ୍ରା ଥିଲାନା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଆଲୋଚନା କରିବାକୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅମିତ ଭାଇଙ୍କ ୨୦ ମିନିଟର ଭାଷଣରେ ୭ ମିନିଟ କେବଳ ଉଦ୍ଧବ ଜିଙ୍କ ଉପରେ। ଅର୍ଥାତ୍‌ ମାତୋଶ୍ରୀର ଭୟ ଏବେ ବି ରହିଛି।

Share