Categories: ଜାତୀୟ

ସଙ୍କଟରେ ଉଦ୍ଧବ ସରକାର: ଡାକିଲେ ବିଧାୟକ ଦଳର ଜରୁରୀ ବୈଠକ

ମୁମ୍ବାଇ,୨୧।୬: ପୁଣି ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ସାଠାରୁ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ନାହାଁନ୍ତି। ଶିବସେନା ସହ ତାଙ୍କ ମତଭେଦ ଥିବା କୁହାଯାଉଛି। ସୂଚନାନୁସାରେ, ସିନ୍ଦେ ଗୁଜରାଟର ସୁରଟରେ ଥିବା ଏକ ହୋଟେଲରେ ୧୧ ଜଣ ବିଧାୟକଙ୍କ ସହ ଅଛନ୍ତି। ସିନ୍ଦେଙ୍କ ଏହି ପଦକ୍ଷେପ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚିନ୍ତା ବଢାଇ ଦେଇଛି। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ୧୨ଟାରେ ଶିବସେନା ବିଧାୟକଙ୍କ ଏକ ଜରୁରୀ ବୈଠକ ଡାକିଛନ୍ତି।
ଏକନାଥ ସିନ୍ଦେ ଶିବସେନାର ଜଣେ ବଡ଼ ନେତା। ସୋମବାର ଅନୁଷ୍ଠିତ ଏମଏଲସି ନିର୍ବାଚନରେ ଶିବସେନାର ୧୧ ଭୋଟ ଭାଙ୍ଗି ଭାଜପା ପ୍ରାର୍ଥୀ ପ୍ରସାଦ ଲାଡ ବିଜୟୀ ହୋଇଥିଲେ। ଏହାପରଠାରୁ ସିନ୍ଦେ ଏବଂ ତାଙ୍କ ସମର୍ଥକମାନଙ୍କ ସହ ଗୁଜରାଟ ପଳାଇଛନ୍ତି। ସିନ୍ଦେ ଏବେ ସୁରଟର ଗ୍ରାଣ୍ଡ ଭଗବତୀ ହୋଟେଲରେ ରହିଛନ୍ତି।
ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଭାଜପାର ଚାରି ପ୍ରାର୍ଥୀ ଏବଂ ତଥା ଶାସକ ଦଳର ସହଯୋଗୀ ଶିବସେନା ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଦୁଇ ଜଣ ଲେଖାଏ ପ୍ରାର୍ଥୀ ଜିତିଛନ୍ତି।

Share