Categories: ଜାତୀୟ

୩ ଏମଭିଏ ସହଯୋଗୀ ନିର୍ଣ୍ଣୟ ନେଲେ ବଦଳିଯିବ ମହାରାଷ୍ଟ୍ର ରାଜନୀତି: ଶରଦ ପାଓ୍ବାର…

ମୁମ୍ବାଇ,୩୧।୭ : ଏନସିପ ପ୍ରମୁଖ ଶରଦ ପାଓ୍ବାର କହିଛନ୍ତି ଏମଭିଏର ୩ ସହଯୋଗୀ କଂଗ୍ରେସ, ଏନସିପି ଏବଂ ଉଦ୍ଧବ ଠାକରେଙ୍କୁ ସମର୍ଥନ କରୁଥିବା ଶିବସେନା ମିଳିତ ଭାବେ ନିର୍ଣ୍ଣୟ ନେଲେ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ବଦଳିଯିବ। ତେବେ ବର୍ତ୍ତମାନ ରାଜ୍ୟ ସରକାର ସହିତ ମିଳିତ ହେବା କଷ୍ଟକର।

ମାତ୍ର ୩ ସହଯୋଗୀ ଚାହିଁଲେ ସବୁ ସମ୍ଭବ ହୋଇ ପାରିବ। ୨ ଜୁଲାଇରେ ଅଜିତ ପାଓ୍ବାରଙ୍କ ବିଦ୍ରୋହ ପରେ ପ୍ରଥମ ଥର ପାଇଁ ଶାରଦ ପାଓ୍ବାର ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି। ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇବା ଆରମ୍ଭ କରିଛି।

Share