Categories: ଜାତୀୟ

ଭୁଶୁଡିଲା ନିର୍ମାଣାଧୀନ କୋଠା: ଚାଲିଗଲା ୭ ଜୀବନ

ପୁଣେ,୪।୨: ମହାରାଷ୍ଟ୍ରର ପୁଣେର ୟେରୱାଡା ଶାସ୍ତ୍ରୀ ନାଗର ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ପୁଣେ ଫାୟାର ବ୍ରିଗେଡ କହିଛି ଯେ ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ଅନେକ ଲୋକ କୋଠା ତଳେ ଚାପି ହୋଇଥିବାର ପଡ଼ିଯିବାର ଆଶଙ୍କା ରହିଛି। ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚିଛି। କିଛି ଶ୍ରମିକ ଗୁରୁତର ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏଠାରେ ଏକ ମଲ୍‌ ନିର୍ମାଣ କରାଯାଉଥିବାବେଳେ ଏକ ଭାରୀ ସ୍ଲାବ୍‌ ପଡିଯିବାରୁ କୋଠାଟି ବିଳମ୍ବିତ ରାତିରେ ହଠାତ୍‌ ଭୁଶୁଡି ପଡିଥିଲା। ମୃତ ସମସ୍ତ ଶ୍ରମିକ ବିହାରର ବାସିନ୍ଦା ବୋଲି ପୁଣେ ପୋଲିସ ଡିସିପି ରୋହିଦାସ ପାୱାର ସୂଚନା ଦେଇଛନ୍ତି।

Share