Categories: ଜାତୀୟ

ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରୁଥିଲେ ସ୍ବାମୀ: ଜଣାପଡିବା ପରେ…

ପୁଣେ,୨୦।୬:ମହାରାଷ୍ଟ୍ରର ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରି ଗିରଫ ହୋଇଛନ୍ତି ସ୍ବାମୀ। ରୋଚକ କଥା ହେଉଛି ୪୦ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ପୋଲିସ ଷ୍ଟେଶନକୁ ନିଜେ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ତ୍ରୀ ଘରେ ତଙ୍କୁ ବହୁତ ହଇରାଣ କରୁଛନ୍ତି। ପୋଲିସ ମାମଲା ସମାଧାନ ପାଇଁ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଥାନାକୁ ଡାକିଥିଲା। ଘଟଣା ନେଇ ପ୍ରଥମେ ସ୍ତ୍ରୀଙ୍କୁ ପଚରା ଯିବାରୁ ସେ ସ୍ବାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ ପାଲଟା ଅଭିଯୋଗ କରି କହିଥିଲେ, ମୋ ସ୍ବାମୀ ମୋତେ ସନ୍ଦେହ କରୁଛନ୍ତି। ଘରର ଦାୟିତ୍ୱ ନେଉନାହାନ୍ତି। ମୋ ଉପରେ ଅତ୍ୟାଚାର କରୁଛନ୍ତି। ପୋଲିସ ଏହାଶୁଣି ସ୍ବାମୀଙ୍କ ମୋବାଇଲ୍‌କୁ ନିଜ କବ୍ଜାକୁ ନେଇ ଯାଞ୍ଚ୍‌ କରିଥିଲେ। ଏହାପରେ ବ୍ୟକ୍ତିଙ୍କ ମୋବାଇଲ୍‌ ଗ୍ୟାଲୋରିରୁ ନିcଜ ସ୍ତ୍ରୀଙ୍କ ଅଶ୍ଲୀଳ ଭିଡିଓ ରଖିଥିବା ଦେଖାଯାଇଥିଲା। ଏହାପରେ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରି କହିଥିଲେ, ଗତ ମେ ୨୧ ତାରିଖରେ ସ୍ତ୍ରୀ ଗାଧୋଇବାକୁ ଯାଇଥିବାବେଳେ ମୁଁ ଲୁଚିଛପି ଭିଡିଓ କରିଥିଲି। ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇପିସି ଧାରା ୩୪୫-ଏ ଅନୁଯାୟୀ ଗିରଫ କରିଥିଲା। ସୂଚନାଯୋଗ୍ୟ, ଏହି ଦମ୍ପତିଙ୍କ ୨ ଝିଅ ଅଛନ୍ତି।

Share