Categories: ଜାତୀୟ

ଭୁସ୍ଖଳନରେ ୫ ମୃତ: ଅନେକ ଫସି ରହିଥିବା ଆଶଙ୍କା

ପୁନେ,୨୦।୭: ମହାରାଷ୍ଟ୍ରର ରାଇଗଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଇଗଡରେ ଭୂସ୍ଖଳନରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଅନେକ ଲୋକ ସେଠାରେ ଫସି ରହିଛନ୍ତି। ୩୦ରୁ ଅଧିକ ପରିବାର ଫସି ରହିଥିବାର ଭୟ ରହିଛି। ଏହି ଦୁର୍ଘଟଣା ରାଇଗଡ଼ର ଖାଲାପୁର ତହସିଲର ଇରଶାଲୱାଡି ଗ୍ରାମରେ ଘଟିଛି। ଯେଉଁଠାରେ ଦୁର୍ଘଟଣା ଘଟିଥିଲା ସେହି ସ୍ଥାନଟି ମୋର୍ବି ଡ୍ୟାମଠାରୁ ୬ କିଲୋମିଟର ଦୂରରେ ଅବସ୍ଥିତ। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ତିନି ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଏହି ଘଟଣା ରାତି ଅଧରେ ଘଟିଥିବା ରାୟଗଡ ଜିଲା ମାଜିଷ୍ଟ୍ରେଟ ଯୋଗେଶ ମହାସେ କହିଛନ୍ତି। ସବ ଡିଭିଜନାଲ ଅଫିସର ଏବଂ ତହସିଲଦାରଙ୍କୁ ନେଇ ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଛି।

Share