Categories: ଜାତୀୟ

ସଞ୍ଜୟ ରାଉତଙ୍କ ସମର୍ଥନରେ ଶିବ ସେନାର ପୋଷ୍ଟର

ମୁମ୍ବାଇ,୨୯।୧୨: ଶିବ ସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ପିଏମ୍‌ସି ବ୍ୟାଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡକାଇବା ପରେ ରାଜ୍ୟ ରାଜନୀତି ଗରମ ହୋଇଉଠିଛି। ନିକଟରେ କେନ୍ଦ୍ରକୁ ଟାର୍ଗେଟ କରି କାହାକୁ ଡରୁ ନ ଥିବା ମନ୍ତବ୍ୟ ଦେଇଥିବା ସିବ ସେନା ପ୍ରବକ୍ତା ସଞ୍ଜୟଙ୍କ ସମର୍ଥନରେ ସମର୍ଥକମାନେ ଡୋମ୍ବିଭଲିଠାରେ ମଙ୍ଗଳବାର ସକାଳେ ପୋଷ୍ଟର ଲଗାଇଛନ୍ତି। ଏଥିରେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ସମାଲୋଚନା କରିଛି ଉଦ୍ଧମ ଠାକରେଙ୍କ ଦଳ। ଇଡି ଭାଜପାର ଦ୍ୱାରା ପରିଚାଳିତ ହେଉଥିବା ଉଲ୍ଲେଖ କରାଯାଇଛି। ପୋଷ୍ଟରରେ ସ୍ଥାନ ପାଇଛି ସଞ୍ଜୟଙ୍କ ଏକ ବଡ଼ ଫଟୋ।

Share