ହଟିଲା କରୋନା କଟକଣା: ଟ୍ରେନ୍‌ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ମୁମ୍ବାଇ,୩୧।୩: ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ ହଟାଇଦିଆଯାଇଛି। ଇତିମଧ୍ୟରେ ଗୁରୁବାର ମହାରାଷ୍ଟ୍ର ସରକାର କରୋନାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ କରୋନା ପ୍ରତିବନ୍ଧକକୁ ହଟାଇବା ପାଇଁ ଉଦ୍ଧବ ସରକାର ଘୋଷଣା କରିଛନ୍ତି। ଗୁରୁବାର ମହାରାଷ୍ଟ୍ରରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ ୨ରୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ ନାହିଁ। ଏଣିକି ଜନସାଧାରଣ ଉପରେ ନିର୍ଭର କରିବ ସେମାନେ ମାସ୍କ ପିନ୍ଧିବେ କି ନାହିଁ। ସେହିପରି ଲୋକାଲ ଟ୍ରେନ୍‌ରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ଏତଦ୍‌ ବ୍ୟତୀତ ଗୁଡ଼ି ପଡଓ୍ବା, ରମଜାନ ପର୍ବ ମଧ୍ୟ ବହୁ ଆଡ଼ମ୍ବରରେ ପାଳନ କରାଯାଇପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି।

Share