Categories: ଜାତୀୟ

ମହାରାଷ୍ଟ୍ରରୁ ମିଳିଲା ସନ୍ଦିଗ୍ଧ ଡଙ୍ଗା

ପୁଣେ,୧୮।୮: ମହାରାଷ୍ଟ୍ରର ରାୟଗଡ ଜିଲାରେ ୨ଟି ସନ୍ଦିଗ୍ଧ ଡଙ୍ଗା ମିଳିଛି। ଡଙ୍ଗାରୁ ବହୁମାତ୍ରାରେ ଏକେ-୪୭ ରାଇଫଲ ଏବଂ କାର୍ଟ୍ରିଜ ମିଳିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରାୟଗଡ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି।
ସୂଚନାନୁସାରେ, ଦୁଇ ସନ୍ଦିଗ୍ଧ ଡଙ୍ଗା ବେଆଇନ ବୋଲି ଜଣାପଡିଛି। ୨ଟି ଡଙ୍ଗା ମଧ୍ୟରୁ ରାଇଫଲ ଏବଂ କାର୍ଟ୍ରିଜ ଗୋଟିଏ ଡଙ୍ଗାରୁ ମିଳିଛି। ଡଙ୍ଗାରେ କିଏ ଆସିଛନ୍ତି ଏବଂ ସେମାନେ କେଉଁଠାରୁ ଆସିଛନ୍ତି ତାହାର ଅନୁସନ୍ଧାନରେ ସୁରକ୍ଷା ଏଜେନ୍ସି ନିୟୋଜିତ ଅଛନ୍ତି।

 

Share