Categories: ଜାତୀୟ

ମହାରାଷ୍ଟ୍ର ଠାଣେରେ ଏଆଇଏମଆଇଏମ କାର୍ଯ୍ୟାଳୟରେ ଭଙ୍ଗାରୁଜା

ମୁମ୍ବାଇ,୨୩ ।୯: ମହାରାଷ୍ଟ୍ରର ଠାଣେରେ ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦଲ ମୁସଲିମ(ଏଆଇଏମଆଇଏମ)ର କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିବା ଖବର ମିଳିଛି । କେତେଜଣ ଅଜ୍ଞାତ ବ୍ୟକ୍ତି କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଜଣେ ବ୍ୟକ୍ତିଙ୍କୁ ଲାଠିରେ ପିଟିଥିବା ଜଣାପଡିଛି । କୁହାଯାଉଛି କି ୧୦-୧୨ ଜଣ ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି । ଏମାନେ ଏଆଇଏମଆଇଏମର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି । ଏହାପରେ ଏମାନେ ସମସ୍ତେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ଉକ୍ତ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Share