Categories: ଜାତୀୟ

ମରାଠା ସଂରକ୍ଷଣ ଆନ୍ଦୋଳନ ସମୟରେ ହିଂସାକାଣ୍ଡ, ୪୨ ପୋଲିସକର୍ମୀ ଆହତ

ମୁମ୍ବାଇ,୨।୯: ମହାରାଷ୍ଟ୍ରର ଜାଳନା ଜିଲାର ମରାଠା ସଂରକ୍ଷଣ ଦାବିକୁ ନେଇ ଚାଲୁଥିବା ପ୍ରଦର୍ଶନ ଶୁକ୍ରବାର ହିଂସାତ୍ମକ ରୂପ ନେଇ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଜିଲାର ଆମ୍ବାଡ ତହସିଲର ଧୁଲେ-ସୋଲାପୁର ରାସ୍ତାରେ ଭିଡ଼ ଜମାଇବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା। ପୋଲିସର ଲାଠି ଚାର୍ଜକୁ ନେଇ ବିକ୍ଷୋଭକାରୀମାନେ ରାଗି ଯାଇଥିଲେ।କ୍ରୋଧିତ ଲୋକମାନେ ଅନେକ ଗାଡି ଭଙ୍ଗାରୁଜା କରିଥିଲେ ଏବଂ ଧୁଲେ-ସୋଲାପୁର ରାଜପଥରେ ବସ୍‌ ଜାଳି ଦେଇଥିଲେ। ପ୍ରଦର୍ଶନ ସମୟରେ ୪୨ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

 

Share