Categories: ଜାତୀୟ

ଖୁବ ଶୀଘ୍ର ମହାରାଷ୍ଟ୍ରରେ ହେବେ ଆଉ ଜଣେ ନୂଆ ମୁଖ୍ୟମନ୍ତ୍ରୀ: ସଞ୍ଜୟ…

ମୁମ୍ବାଇ,୨।୭ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଏନସିପି ନେତା ଅଜିତ ପାୱାରଙ୍କ ଶପଥ ଗ୍ରହଣ କରିବା ପରେ ଉଦ୍ଧବ ଠାକରେ ଗୋଷ୍ଠୀର ସଞ୍ଜୟ ରାଉତ କହିଛନ୍ତି ଏହି ପ୍ରକ୍ରିୟା ଚାଲିଥିଲା ବୋଲି ଆମେ ପୂର୍ବରୁ ଏହା ଜାଣି ସାରିଥିଲୁ। ଏ ବିଷୟରେ ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ ଏହା ହୋଇପାରେ।

ଏହାର ଅର୍ଥ ହେଉଛି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମୁଣ୍ଡ ଉପରେ ଝୁଲୁଥିବା ଅଯୋଗ୍ୟତାର ଖଣ୍ଡା ଶୀଘ୍ର ଖସିଯିବ। ତାଙ୍କ ସହ ଯାଇଥିବା ୧୬ ଜଣ ବିଧାୟକ ଅଯୋଗ୍ୟ ହେବେ। ମହାରାଷ୍ଟ୍ରକୁ କିଛି ଦିନ ମଧ୍ୟରେ ଖୁବ ଶୀଘ୍ର ଆଉ ଜଣେ ମୁଖ୍ୟମନ୍ତ୍ରୀ ମିଳିବେ। ଭାଜପା ଏବେ ନିଜେ ରଚିଥିବା ଷଡ଼ଯନ୍ତ୍ରର ପରିଣତି ଭୋଗ କରିବ।

ଏହି ଶପଥ ଗ୍ରହଣ ସମାରୋହ ଏକନାଥ ଶିନ୍ଦେଙ୍କର ମୁଖ୍ୟମନ୍ତ୍ରୀ ପଦ ହରାଇବାର ଆରମ୍ଭ। ତାଙ୍କର ବିଧାୟକମାନେ ଗୃହର ସଦସ୍ୟ ଭାବରେ ଅଯୋଗ୍ୟ ହେବେ। ଏହା ପରେ ମଧ୍ୟ କ୍ଷମତାରେ ଭାଜପା ରହିବା ପାଇଁ ଅଜିତ ପାୱାର ଏବଂ ଏନସିପି ବିଧାୟକମାନେ ସରକାରରେ ଯୋଗ ଦେଇଛନ୍ତି।

ଏନସିପି ସରକାରରେ ଯୋଗଦେବା ଏବଂ ଦଳରେ ବିଦ୍ରୋହ ଏକ ରାଜନୈତିକ ଭୂକମ୍ପ ନୁହେଁ। ଏହା ପୂର୍ବରୁ ଜଣାଥିଲା। ଏହାକୁ ଟ୍ରିପଲ ଇଞ୍ଜିନ ସରକାର ଭାବରେ ଦେଖାଯିବା ଉଚିତ ନୁହେଁ। ଦୁଇଟି ଇଞ୍ଜିନ ମଧ୍ୟରୁ ଗୋଟିଏ ଅକାମୀ ହେବାକୁ ଯାଉଛି ।

 

Share