Categories: ଜାତୀୟ

ଝିଅର ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ପାଇଁ ଗଲା ମା’ଙ୍କ ଜୀବନ

ପାଲଘର,୧୪।୨: ଜଣେ ୨୦ ବର୍ଷୀୟା ଯୁବତୀ ହ୍ବାଟ୍ସଆପ୍‌ ଷ୍ଟାଟସରେ ଏକ ମେସେଜ ପୋଷ୍ଟ କରିଥିଲେ। ଏହାକୁ କେନ୍ଦ୍ର କରି ଯୁବତୀଙ୍କ ମା’ଙ୍କୁ ନିର୍ଯାତନା ଦେଇ ହତ୍ୟା କରିଛନ୍ତି ଯୁବତୀଙ୍କ ସାଙ୍ଗଙ୍କ ପରିବାର ସଦସ୍ୟ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘର ଜିଲାରେ।

୨୦ ବର୍ଷୀୟା ଯୁବତୀ ହ୍ବାଟ୍ସଆପ୍‌ ଷ୍ଟାଟସରେ ଏକ ମେସେଜ ରଖିଥିଲେ, ଯାହାକି ତାଙ୍କ ସାଙ୍ଗଙ୍କୁ ଖରାପ ଲାଗିଥିଲା। ଗତ ୧୦ ତାରିଖରେ ଅନ୍ୟ ଯୁବତୀଙ୍କ ମା ଓ ଭାଇମାନେ ଶିବାଜୀ ନଗର ସ୍ଥିତ ପୀଡ଼ିତା ଲିଲାବତୀ ଦେବୀ ପ୍ରସାଦଙ୍କ ଘରେ ପହଞ୍ଚିଥିଲେ। ସେଠାରେ ୪୮ ବର୍ଷୀୟା ଲିଲାବତୀଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନ ଦେଇଥିଲେ। ଗୁରୁତର ଆହତ ହୋଇଥିବା ଲିଲାବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ବୋଇସର ଥାନାର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ରବିବାର ମୃତକଙ୍କ ଝିଅ ଗଣମାଧ୍ୟମକୁ କହିଛନ୍ତି, ତାଙ୍କର ହ୍ବାଟ୍ସଆପ୍‌ ମେସେଜ ତାଙ୍କ ବନ୍ଧୁଙ୍କ ପାଇଁ ନ ଥିଲା। ତାଙ୍କ ଅଭିଯୋଗକୁ ଆଧାର କରି ଯୁବତୀଙ୍କ ମା’ ଓ ତାଙ୍କ ପରିବାର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି।

Share