Posted inଜାତୀୟ

ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍‌

ମୁମ଼୍ବାଇ, ୦୮।୦୭: ମୁମ଼୍ବାଇ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପ୍ରତିକ୍ରିୟା ରଖିଛନ୍ତି । ସେ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଅଛି, ସେ ପର୍ଯ୍ୟନ୍ତ ଅପରାଧୀ ଖସିଯାଇ ପାରିବେ ନାହିଁ । ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଲୋକ ବ୍ୟବସ୍ଥାରେ ହେରଫେର କରିବା ପାଇଁ ନିଜ ପ୍ରତିଷ୍ଠାର ଦୂରୁପଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । ସାଧାରଣ ଲୋକଙ୍କ ଜୀବନ ତାଙ୍କ ପାଇଁ ମୂଲ୍ୟବାନ କହିବା ସହିତ ସେ ଏହି ମାମଲାକୁ ଗମ୍ଭୀରତାର ସହ ନେବାକୁ ରାଜ୍ୟ ପୋଲିସ ବିଭାଗକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ମୁମ଼୍ବାଇର ବର୍ଲି ଅଞ୍ଚଳରେ ରବିବାର ଦ୍ରୁତ ଗତିରେ ଆସି ଏକ ବିଏମ୍‌ଡବ୍ଲୁ କାର ସ୍କୁଟିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏହି କାର ମହିର ଶାହା ଚଳାଉଥିଲେ । ମହିର ଦୁର୍ଘଟଣା ବେଳେ ନିଶା ସେବନ କରିଥିବା ପୋଲିସ ସନ୍ଦେହ କରୁଛି । ଅଭିଯୁକ୍ତ ବର୍ତ୍ତମାନ ଫେରାର ରହିଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାକ୍ରୋନଙ୍କ ପାଇଁ ନେତାନ୍ୟାହୁଙ୍କ ଭିଡିଓ ବାର୍ତ୍ତା: ଅସ୍ତ୍ରଶସ୍ତ୍ର ବ୍ୟାନ୍ ବୟାନ ଉପରେ ଦେଲେ କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ,୬।୧୦: ଗାଜାରେ ବ୍ୟବହାର ପାଇଁ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଆହ୍ୱାନକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୀବ୍ର...

ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ପ୍ରସାଦ ସମ୍ପୂର୍ଣ୍ଣ ଶୁଦ୍ଧ

ଉଜ୍ଜୟନୀ,୬।୧୦: ମଧ୍ୟ ପ୍ରଦେଶ ଉଜ୍ଜୟନୀର ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ଲଡୁ ପ୍ରସାଦର ଯାଞ୍ଚ କରାଯାଇ ଜଣାପଡିଛି ଯେ ଲଡୁ ସମ୍ପୂର୍ଣ୍ଣ ଶୁଦ୍ଧ ଅଟେ। ମଧ୍ୟପ୍ରଦେଶର ଉଜ୍ଜୟନୀ...

ପ୍ରତି ମାସରେ ମହିଳାଙ୍କୁ ୧୦୦୦ ଟଙ୍କା ଦେବ ଏଏପି ସରକାର!

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି) ଆଜି ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ସମୟରେ ଏଏପି ମୁଖ୍ୟ...

ହରିୟାଣା ଉପରେ କହିବା ମନା, ଏକଜିଟ ପୋଲ୍‌କୁ ନେଇ ଭାଜପା ନେତାଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ,୬।୧୦: ହରିୟାଣା, ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ବର୍ତ୍ତମାନ ଏହି ନିର୍ବାଚନର ଫଳାଫଳ ଘୋଷଣା କରାଯିବ। କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ ପୋଲ୍‌ରେ ଜମ୍ମୁ-କଶ୍ମୀରରେ...

ମୋଦିଙ୍କ ପାଇଁ ଭୋଟ ମାଗିବେ କେଜରିଓ୍ବାଲ, କାହିଁକି ଏମିତି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ଛତ୍ରସାଲ ଷ୍ଟାଡିୟମରେ ଚାଲିଥିବା ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।...

ଜମ୍ମୁ-କଶ୍ମୀରରେ ଭାଜପା ସରକାର! ସରକାର ଗଠନରେ ହେବ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୬।୧୦: ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଛି ଚମକାଇଦେଲା ଭଳି ବୁଥ୍‌ ବାହୁଡା ମତ ବା ଏକଜିଟ୍‌ ପୋଲ୍‌। ଯଦି ନିର୍ବାଚନ ଫଳାଫଳ ବୁଥ୍‌ ବାହୁଡା ମତରୁ...

କିମ୍‌ ଜୋଙ୍ଗ୍‌ ଉନ୍‌ ନା ଜର୍ଜ ସୋରୋସ୍‌ କାହା ସହ ଡିନର କରିବେ ଜୟଶଙ୍କର, ଏମିତି ଦେଲେ ଜବାବ…

ନୂଆଦିଲ୍ଲୀ,୬ା୧୦: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ କାର୍ଯ୍ୟକ୍ରମ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଏପରି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ସମସ୍ତଙ୍କ...

ଷ୍ଟେଜ୍‌ରେ ରାମ ଭୂମିକାରେ କରୁଥିଲେ ଅଭିନୟ, ଆସିଲା ହାର୍ଟଆଟାକ୍‌, ଆଉ ତା’ ପରେ…

ନୂଆଦିଲ୍ଲୀ,୬ା୧୦: ଦିଲ୍ଲୀର ଶାହାଦରା ଅଞ୍ଚଳରେ ଷ୍ଟେଜ୍‌ରେ ରାମଲୀଳା ଚାଲିଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି। ରାମ ଭୂମିକାରେ ଅଭିନୟ କରୁଥିବା ସୁଶୀଲ କୌଶିକ୍‌ଙ୍କ ଛାତିରେ ଯନ୍ତ୍ରଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri