Categories: ଜାତୀୟ

ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍‌

ମୁମ଼୍ବାଇ, ୦୮।୦୭: ମୁମ଼୍ବାଇ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପ୍ରତିକ୍ରିୟା ରଖିଛନ୍ତି । ସେ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଅଛି, ସେ ପର୍ଯ୍ୟନ୍ତ ଅପରାଧୀ ଖସିଯାଇ ପାରିବେ ନାହିଁ । ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଲୋକ ବ୍ୟବସ୍ଥାରେ ହେରଫେର କରିବା ପାଇଁ ନିଜ ପ୍ରତିଷ୍ଠାର ଦୂରୁପଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । ସାଧାରଣ ଲୋକଙ୍କ ଜୀବନ ତାଙ୍କ ପାଇଁ ମୂଲ୍ୟବାନ କହିବା ସହିତ ସେ ଏହି ମାମଲାକୁ ଗମ୍ଭୀରତାର ସହ ନେବାକୁ ରାଜ୍ୟ ପୋଲିସ ବିଭାଗକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ମୁମ଼୍ବାଇର ବର୍ଲି ଅଞ୍ଚଳରେ ରବିବାର ଦ୍ରୁତ ଗତିରେ ଆସି ଏକ ବିଏମ୍‌ଡବ୍ଲୁ କାର ସ୍କୁଟିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏହି କାର ମହିର ଶାହା ଚଳାଉଥିଲେ । ମହିର ଦୁର୍ଘଟଣା ବେଳେ ନିଶା ସେବନ କରିଥିବା ପୋଲିସ ସନ୍ଦେହ କରୁଛି । ଅଭିଯୁକ୍ତ ବର୍ତ୍ତମାନ ଫେରାର ରହିଥିବା ଜଣାପଡ଼ିଛି ।

Share