Posted inଜାତୀୟ

କଲେଜ୍‌କୁ ଜିନ୍ସ ପ୍ୟାଣ୍ଟ-ସାର୍ଟ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର

ମୁମ଼୍ବାଇ,୨।୭: କଲେଜ ପରିସରକୁ ଜିନ୍ସ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର । ଅର୍ଥାତ କଲେଜ ପରିସରରେ ଜିନ୍ସ ମନା । ଏପରି ଏକ ନୋଟିସ୍‌ ଜାରି କରି ଏବେ ଅଡ଼ୁଆରେ ପଡ଼ିଛନ୍ତିି ଏକ କଲେଜ୍‌ କର୍ତ୍ତୃପକ୍ଷ । ମହାରାଷ୍ଟ୍ରର ଚେମ଼୍ବୁରରେ ଥିବା ଆଚାର୍ଯ୍ୟ ମରାଠେ କଲେଜ୍‌ କର୍ତ୍ତୃପକ୍ଷ ଯେଉଁ ଛାତ୍ରୀଛାତ୍ର ଜିନ୍ସ ପିନ୍ଧି କଲେଜ୍‌ ଆସିବେ ସେମାନଙ୍କୁ କଲେଜ୍‌ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି କହିଛନ୍ତି ।

ଏହି ନୋଟିସ୍‌ରେ ଛାତ୍ରମାନେ ସାଧାରଣ ପୋଷାକରେ କଲେଜ୍‌ ଆସିବେ ବୋଲି ଲେଖାଯାଇଛି । ଏଥିସହିତ ଛାତ୍ରୀମାନେ ପାଶ୍ଚାତ୍ୟ ପୋଷାକ ପରିଧାନ କରି ଆସିବେ । ଯେଉଁ ଡ୍ରେସ୍‌ ସେମାନଙ୍କର ଧର୍ମ ବିରୋଧୀ ତାହା ପିନ୍ଧି ଆସିପାରିବେନି ବୋଲି ଏଥିରେ ଉଲ୍ଲେଖ ରହିଛି । ଛାତ୍ରୀଛାତ୍ର ହାଫ୍‌ ସାର୍ଟ, ଫୁଲ୍‌ ସାର୍ଟ ଏବଂ ଟ୍ରାଉଜର ପିନ୍ଧି ଆସିପାରିବେ । ଧର୍ମ ଏବଂ ସଂସ୍କୃତିକୁ କ୍ଷତି ପହଞ୍ଚାଉଥିବା କୌଣସି ପୋଷାକ କଲେଜ୍‌କୁ ପିନ୍ଧି ଆସିବାକୁ ବାରଣ କରାଯାଇଛି ।

Notice by Acharya Marathe College (Credits: India Today)

କମନ୍‌ ରୁମ୍‌କୁ ଯିବା ପୂର୍ବରୁ ନକାବ, ହିଜାବ, ବୁର୍ଖା, କ୍ୟାପ୍‌ ଆଦି ଓହ୍ଲାଇ ଦେଇଯିବାକୁ ନୋଟିସ୍‌ରେ କୁହାଯାଇଛି । ଚିରା ଜିନ୍ସ, ଟି-ସାର୍ଟ, ଜର୍ସି ଆଦି ମଧ୍ୟ ପିନ୍ଧି ଯାଇପାରିବେନି ।


Enter your email to get our daily news in your inbox.

All Right Reserved By Dharitri.Com

କେୟାରଟେକର ସହିତ ବିୟର ପିଉଥିଲେ ମହିଳା ପ୍ରିନ୍ସିପାଲ, ଦେଖିଦେଲେ ଛାତ୍ର, ତାପରେ…

ନୂଆଦିଲ୍ଲୀ, ୭।୭: ତେଲେଙ୍ଗାନାର ସୂର୍ଯ୍ୟପେଟ୍‌ ଅଞ୍ଚଳର ଏକ କଲେଜ୍‌ରେ ଜଣେ ମହିଳା ପ୍ରିନ୍ସିପାଲ ହଷ୍ଟେଲ୍‌ ଭିତରେ ବିୟର ପିଉଥିବା ଖବର ସାମ୍ନାକୁ ଆସିଛି । ଡିଗ୍ରୀ...

କୋଟିପତି ବାବା: ୧୦୦ କୋଟିର ସମ୍ପତ୍ତି, ୨୫ ଖଣ୍ଡ ଗାଡ଼ି

ନୂଆଦିଲ୍ଲୀ, ୭।୭: ହାଥରସ୍‌ରେ ହୋଇଥିବା ଦଳା ଚକଟାରେ ୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭୋଲେ ବାବା ଅର୍ଥାତ ନାରାୟଣ ସାକାର ବିଶ଼୍ବ ହରି...

ଆଜି ପବିତ୍ର ଘୋଷଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୭।୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ କିଛି ସମୟର ଅପେକ୍ଷା। ରଥ ଉପରେ ବିରାଜିବେ ଚର୍ତୁଦ୍ଧାମୂରତି। ଏଥିପାଇଁ ବଡ଼ଦାଣ୍ଡରେ ରଥ ପଥ ସବୁ ପ୍ରସ୍ତୁତ। ଏହି...

ପେପର ଲିକ୍‌ ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଠେଲି ବିଦା କରିଦେଲେ

ପ୍ରୟାଗରାଜ, ୭।୭: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ବିଶପ ଜନସନ ବାଳିକା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପାରୁଲ ଶଲୋମନଙ୍କୁ ଶନିବାର ତାଙ୍କ କାର୍ଯ୍ୟାଳୟରୁ ବଳପୂର୍ବକ ହଟାଇ ଦିଆଯାଇଛି। ଗତ...

ଜଗନ୍ନାଥଙ୍କ ବେଶରେ ପୂଜା ପାଇଲେ ଉଜ୍ଜୟନୀର ମହାକାଳେଶ୍ୱର

ନୂଆଦିଲ୍ଲୀ,୭।୭: ଆଜି ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେବା ସହ ସାରା ଦେଶରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ପୁରୀରେ ସଂଧ୍ୟା ୫ଟାରେ ରଥଟଣା ହେବ।...

ସିଜେଆଇଙ୍କୁ ପତ୍ର ଲେଖିଲେ ୧୫୦ ଆଇନଜୀବୀ,କେଜ୍‌ରିଓ୍ବାଲଙ୍କ ଜାମିନ ରୋକାଯିବା ଚିନ୍ତାଜନକ…

ନୂଆଦିଲ୍ଲୀ,୭ା୭: ଅବକାରୀ ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର...

ବନ୍ୟା ଘେରରେ କାଜିରଙ୍ଗା ଜାତୀୟ ଉଦ୍ୟାନ; ୧୧୪ ବନ୍ୟଜନ୍ତୁ ମୃତ

ଗୁଆହାଟୀ, ୬।୭: ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ବାଦ୍‌ ପଡ଼ିନାହିଁ। ଏହି ଭୟଙ୍କର ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନର ୧୧୪ ବନ୍ୟଜନ୍ତୁଙ୍କର...

ଜମ୍ମୁ-କଶ୍ମିରରେ ଏନକାଉଣ୍ଟର; ଦୁଇ ଯବାନ ଶହୀଦ, ୪ ଆତଙ୍କୀ ନିପାତ

ନୂଆଦିଲ୍ଲୀ,୬।୭: ଦକ୍ଷିଣ କଶ୍ମିର କୁଲଗାମ ଜିଲାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ସେନାର ପ୍ରତିଜବାବରେ ଚାରି ଆତଙ୍କୀ ମଧ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri