ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଭାରତୀୟ କ୍ରିକେଟ୍‌ ଟିମ୍‌କୁ ୧୧ କୋଟି

ମୁମ଼୍ବାଇ, ୫।୭: ଟି-୨୦ ବିଶ଼୍ବକପ୍‌ ଜିତି ସ଼୍ବଦେଶ ଫେରିଥିବା ଭାରତୀୟ କ୍ରିକେଟ୍‌ ଟିମ୍‌ ଉପରେ ଟଙ୍କା ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଭାରତୀୟ ଟିମ୍‌କୁ ସେ ୧୧ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ମୁମ଼୍ବାଇର ୪ ଖେଳାଳିଙ୍କୁ ଆଜି ବିଧାନସଭାକୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ଏହି ଘୋଷଣା ଗୃହ ଭିତରେ କରିଛନ୍ତି । ମୁଖ୍ୟମନ୍ତ୍ରୀ ଫାଇନାଲ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ବିଶ଼୍ବ ଚାମ୍ପିୟନ୍‌ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ବିଶେଷ କରି ସୂର୍ଯ୍ୟ କୁମାରଙ୍କ ଚମତ୍କାର କ୍ୟାଚ୍‌କୁ ନେଇ ସେ ତାଙ୍କୁ ପ୍ରଂଶସା କରିଛନ୍ତି । ଏହା ପୂର୍ବରୁ ବିସିସିଆଇ ଟିମ୍‌କୁ ୧୨୫ କୋଟି ଟଙ୍କାର ଚେକ୍‌ ମଧ୍ୟ ଦେଇଛି ।

ସୂଚନା ଥାଉକି, ଆଜି ମହାରାଷ୍ଟ୍ର ବିଧାନସଭାକୁ କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କୁ ଆମନ୍ତ୍ରିତ କରାଯାଇଥିଲା । ରୋହିତଙ୍କ ସହିତ ସ୍କ଼୍ବାଡ୍‌ରେ ସାମିଲ୍‌ ଥିବା ଅନ୍ୟ ମହାରାଷ୍ଟ୍ର ଖେଳାଳି ସୂର୍ଯ୍ୟ କୁମାର ଯାଦବ, ଶିବମ୍‌ ଦୁବେ ଏବଂ ଜଶସ଼୍ବୀ ଜୟସୱଲ୍‌ ମଧ୍ୟ ବିଧାନସଭାକୁ ଯାଇଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ଖେଳାଳିମାନଙ୍କୁ ସ଼୍ବାଗତ ଜଣାଇଥିଲେ । ଗୃହରେ ରୋହିତ ଶର୍ମା ମରାଠିରେ ଭାଷଣ ଦେଇଥିଲେ ।
ରୋହିତ ମହାରାଷ୍ଟ୍ରର ଉପ-ରାଜଧାନୀ ନାଗପୁରରେ ବଢ଼ିଛନ୍ତି । ତେଣୁ ତାଙ୍କୁ ତାଙ୍କର ଅନୁଭବ କହିବାକୁ ଆମନ୍ତ୍ରିତ କରାଯାଇଥିଲା । ସେ ମାଇକ୍‌ ଧରି ଭାଷଣ ଆରମ୍ଭ କରୁ କରୁ ମୁମ଼୍ବାଇର ରାଜା ରୋହିତ୍‌ ଧ଼୍ବନିରେ ଗୃହ କମ୍ପି ଉଠିଥିଲା । ସେ ପ୍ରଥମେ ନମସ୍କାର କରି ଭାଷଣ ଆରମ୍ଭ କରିଥିଲେ । ଏଥିରେ ସେ ଟିମ୍‌ ଇଣ୍ଡିଆର ଭୁରି ଭୁରି ପ୍ରଂଶସା କରିଥିଲେ ।

ରୋହିତ ସୂର୍ଯ୍ୟ କୁମାରଙ୍କୁ ସମ଼୍େବାଧିତ କରି କହିଥିଲେ ଯେ, ସୂର୍ଯ୍ୟ କୁମାର ଏବେ କହୁଥିଲେ ଯେ ଶେଷ କ୍ୟାଚ୍‌ରେ ବଲ୍‌ ତାଙ୍କ ହାତରେ ଆସି ଆପେ ଆପେ ବସିଯାଇଥିଲା । ଭଲ ହେଲାକି ବଲ୍‌ ଆସି ବସି ଯାଇଛି, ନହେଲେ ଆଗକୁ ତାଙ୍କୁ ବସାଇ ଦେଇଥାନ୍ତା । ରୋହିତଙ୍କ ଏହି ଉକ୍ତି ଶୁଣି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଡନାଭିଶ୍‌, ଆଜିତ ପାୱାରଙ୍କ ସମେତ ଗୃହରେ ଉପସ୍ଥିତ ବିଧାୟକ ହସିବାକୁ ଲାଗିଲେ ।

Share