ମନ୍ଦିରରେ ଅଧିକ ଗହଳି ହେଲେ ଦୀପଦାନ ବନ୍ଦ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ କରୋନା କଟକଣାକୁ ପାଳନ କରି ଦୀପଦାନ କରିବାକୁ ଅନୁମତି ମିଳିଛି। ହେଲେ ଯଦି ଅଧିକ ଗହଳି ହୁଏ ତେବେ ଦୀପଦାନ ବନ୍ଦ ହୋଇପାରେ। ଏନେଇ ଗୁରୁବାର ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି। ହେଲେ ମନ୍ଦିର ଭିତରେ ଅତ୍ୟଧିକ ଗହଳି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଯାବତ ସବୁ ସୁରୁଖୁରୁରେ ଚାଲିଛି। ଶ୍ରଦ୍ଧାଳୁ ଧାଡିରେ ରହି ଦର୍ଶନ କରୁଛନ୍ତି। କଟକଣା ମାନି ଦୀପ ଜାଳିବାକୁ ଭକ୍ତଙ୍କୁ ଅନୁମତି ମିଳିଛି। ଯଦି ସନ୍ଧ୍ୟାରେ ଗହଳି ହୁଏ, ତେବେ ଦୀପଦାନ ବନ୍ଦ ହୋଇପାରେ ବୋଲି ସେ କହିଛନ୍ତି।

Share