‘ମହାଶିବରାତ୍ରି ’ ହିନ୍ଦୁମାନଙ୍କର ସବୁଠାରୁ ବଡ ପର୍ବ। ଚଳିତ ବର୍ଷ ୧୮ ଫେବୃୟାରୀରେ ଏହି ପର୍ବ ପାଳନ କରାଯିବ। ଶୈବଭକ୍ତମାନଙ୍କର ମଧ୍ୟରେ ଏହି ପର୍ବର ବିଶେଷ ଗୁରୁତ୍ୱ ରହିଛି। ଏହି ଦିନ ଭଗବାନ ମହାଦେବ ଏବଂ ମାତା ପାର୍ବତୀଙ୍କୁ ଭକ୍ତି ସହିତ ପୂଜା କରାଯାଏ। ତେବ ଏହି ପୂଜାରେ ଗୋଟିଏ ରଙ୍ଗ ବ୍ୟବହାର କରାଯିବା ଉଚିତ ନୁହେଁ। ଆସନ୍ତୁ ଜାଣିବା:-
ଭଗବାନ ଶିବ କଳା ରଙ୍ଗକୁ ଆଦୌ ପସନ୍ଦ କରନ୍ତି ନାହିଁ। ଏଥିଲାଗି ମହାଶିବରାତ୍ରି ଦିନ କଳା ରଙ୍ଗର ପୋଷାକ ପିନ୍ଧିବା ଠିକ୍ ନୁହେଁ। ବିଶେଷକରି ଯେଉଁମାନେ ଏହି ଦିନ ଉପବାସ କରିଥାନ୍ତିି ସେମାନେ ଆଦୌ କଳା କିମ୍ବା କୌଣସି ଗାଢ଼ ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ। ଏହି ଦିନ ପୂଜାପାଠରେ ପରିଷ୍କାର ଏବଂ ଧୋଇଥିବା ପୋଷାକ ପିନ୍ଧିବା ଉଚିତ।
ମହାଶିବରାତ୍ରି ଦିନ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ନାଲି, ଧଳା, ହଳଦିଆ ଏବଂ କମଳା ରଙ୍ଗର ପୋଷାକ ପିନ୍ଧିବା ମଧ୍ୟ ଏହି ଦିନ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ମହାଶିବରାତ୍ରି ପୂଜାରେ ପୁଅମାନେ ଧୋତି ପିନ୍ଧିବା ଭଲ।