ଆରଡ଼ି, ୩।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଓ ଆଖପାଖ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। କରୋନା ପାଇଁ ୨ବର୍ଷ କଟକଣା ମଧ୍ୟରେ ମଣ୍ଡପରେ କେବଳ ପୂଜକ ପୂଜା ସମାପନ କରୁଥିଲେ। ଚଳିତବର୍ଷ ଆଡ଼ମ୍ବରରେ ପୂଜା ପାଳନକୁ ନେଇ ଭକ୍ତଙ୍କ ମନରେ ବେଶ୍ ଉତ୍ସାହ ଦେଖାଦେଇଛି। ଆରଡ଼ି, ସୁନ୍ଦରପୁର, ଖଟୁଆପାଟଣା, ଓଳଗ, ସାଠିବାଙ୍କୁଡା, କୁଳେଇପଦା ଆଦି ମଣ୍ଡପରେ ସୋମବାର ମହାଷ୍ଟମୀରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଛି। ଚଣ୍ଡିପାଠ ସହ ବିବିଧ ପୂଜା ସମାପିତ ହୋଇଛି। ଶ୍ରଦ୍ଧାଳୁମାନେ ପୁଷ୍ପାଞ୍ଜଳି ଦେଇ ଉପବାସ ବ୍ରତ ଭଙ୍ଗ କରିଥିଲେ।