Categories: ଜାତୀୟ

୧୦ କୋଟିର ସହାୟତା ଦେବାକୁ ମହାଠକ ସୁକେଶ ଆଗ୍ରହୀ

ନୂଆଦିଲ୍ଲୀ,୧୭।୬: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା ଆହତଙ୍କୁ ଆର୍ଥିକ ସହାୟତା ଦେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଏ ନେଇ ସୁକେଶ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ଟ୍ରେନ୍‌ ଦୁର୍ଘଟଣା ଆହତମାନଙ୍କ ସହାୟତା ଲାଗି ସୁକେଶ ନିଜ ବୈଧ ସମ୍ପତ୍ତିରୁ ୧୦ କୋଟି ଟଙ୍କା ଦାନ କରିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରାଯାଇଛି। ସେ ଦାନ କରିବାକୁ ଥିବା ଟଙ୍କାକୁ ଦୁର୍ଘଟଣାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରିବାକୁ ସୁକେଶ କହିଛନ୍ତି। ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ୨୯୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି।

Share