ପୁନେ,୧୮।୧୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ମହାରାଷ୍ଟ୍ରରେ ଚାଲିଛି। ଶୁକ୍ରବାର ସକାଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଲେଖକ ତୁଷାର ଗାନ୍ଧୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରର ବୁଦ୍ଧାନା ଜିଲାର ଶେଗାଓଁରେ ତୁଷାର ରାହୁଲଙ୍କ ସହ ଯୋଗ ଦେଇଥିଲେ। ତୁଷାରଙ୍କ ଅଂଶଗ୍ରହଣକୁ କଂଗ୍ରେସ ଐତିହାସିକ କ୍ଷଣ ବୋଲି ବର୍ଣ୍ଣନା କରିଛି।
ତୁଷାର ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସର ବରିଷ୍ଠ ନେତା ମୁକୁଲ ୱାସନିକ, ଦିପେନ୍ଦ୍ର ହୁଡା, ମିଲିନ୍ଦ ଦେଓରା, ମାଣିକରାଓ ଠାକରେ, ମୁମ୍ବାଇ କଂଗ୍ରେସ ସଭାପତି ଭାଇ ଜଗତାପ ଏବଂ ଦଳର ରାଜ୍ୟ ୟୁନିଟ ମୁଖ୍ୟ ନାନା ପଟୋଲେ ରାହୁଲ ଗାନ୍ଧୀଙ୍କ ସହ ଯୋଗ ଦେଇଥିଲେ। ରାହୁଲ ଗାନ୍ଧୀ ଆଜି ସରେ ଶେଗାଓଁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଯାତ୍ରା ନଭେମ୍ବର ୨୦ରେ ମଧ୍ୟପ୍ରଦେଶରେ ପ୍ରବେଶ କରିବ।
देश संकट में हो और गांधी-नेहरू कंधे से कंधा मिलाकर न निकलें- ये संभव नहीं है।
आज़ादी के आंदोलन से भारत जोड़ने के आंदोलन तक का सफर गवाह है… देश को तब आज़ादी दिलाई थी और देश को आज जोड़कर दिखाएंगे।@RahulGandhi और महात्मा गांधी के प्रपौत्र तुषार गांधी…#BharatJodoYatra pic.twitter.com/AuKrOa0k9A
— Congress (@INCIndia) November 18, 2022