ମହାତ୍ମା ଗାନ୍ଧୀ, ପଟେଲ, ସୁବାଷ ବୋଷ ଥିଲେ ଏନଆରଆଇ: ରାହୁଲ…

ଓ୍ବାଶିଂଟନ୫।୬ : ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି। ସୋମବାର ସେ ମୂଳ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଭାରତର ବିକାଶରେ ଏନଆରଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ଦୁନିଆ ଉପରେ ଖୋଲା ମତ ରଖିଛନ୍ତି। ମହାତ୍ମା ଗାନ୍ଧୀ, ବିଆର ଆମ୍ବେଡକର, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଜବାହରଲାଲ ନେହେରୁ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ସମେତ ସ୍ବାଧୀନତା ସଂଗ୍ରାମ ସହିତ ଜଡିତ ସମସ୍ତ ପ୍ରମୁଖ ନେତା ଏନଆରଆଇ ଥିଲେ। ଆଧୁନିକ ଭାରତର ସ୍ଥପତି ମହାତ୍ମା ଗାନ୍ଧୀ ଜଣେ ଏନଆରଆଇ ଥିଲେ। ମହାତ୍ମାଙ୍କ ଦ୍ୱାରା ଦକ୍ଷିଣ ଆଫ୍ରିକାରେ ସ୍ବାଧୀନତା ଆନ୍ଦୋଳନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ରାହୁଲ ଗାନ୍ଧୀ କହିଛନ୍ତି ଭାରତକୁ ବଦନାମ କରିବା ପାଇଁ ଭାଜପା ଏକ ବିଶ୍ୱସ୍ତରୀୟ କାହାଣୀ ପ୍ରଚାର କରୁଛି। ଦୁଇଟି ଚିନ୍ତାଧାରା ଯୋଗୁଁ ଦେଶ ବର୍ତ୍ତମାନ ସଂଘର୍ଷ କରୁଛି। ପ୍ରଥମ କଂଗ୍ରେସ ଦ୍ୱିତୀୟ ଭାଜପା ଏବଂ ଆରଏସଏସ ସମର୍ଥିତ। କିନ୍ତୁ କଂଗ୍ରେସର ଆଦର୍ଶ ଏବଂ ଆମର ଆଦର୍ଶ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ସହିତ ମେଳ ଖାଉଛି। ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗୋଡସେଙ୍କ ମତ ସହ ଭାଜପାର ମତ ମେଳ ଖାଉଛି। ଆମର ଆଦର୍ଶ ମହାତ୍ମା ଗାନ୍ଧୀଙ୍କ ସହ ମେଳ ଖାଉଥିଲା, ସେ ଜଣେ ଏନଆରଆଇ ଥିଲେ। ସେ ବହୁତ ସ୍ଥିର ବ୍ୟକ୍ତି ଥିଲେ । ସେ ସାରା ଜୀବନ ସତ୍ୟ ଖୋଜିଲେ। ହିଂସ୍ର ତଥା କ୍ରୋଧିତ ବ୍ୟକ୍ତି ତଥା ଜୀବନର ବାସ୍ତବତାକୁ ସାମ୍ନା କରିବାରେ ଅସମର୍ଥ ଗୋଡସେଙ୍କ ଆଦର୍ଶ ଉପରେ ଭାଜପା ଚାଲିଛି।

Share