Posted inଫୁରସତ

ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀ

ବିଂଶଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ପୂଜାରୀ ତଥା ଆଦର୍ଶ ଓ ଅହିଂସାର ପ୍ରତୀକ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ।ତାଙ୍କ ବିଚାରଧାରା ଥିଲା ସତ୍ୟ ହିଁ ଈଶ୍ବର। ଭାରତର ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ ହେଲେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ(ମହାତ୍ମା ଗାନ୍ଧୀ)। ସାରା ଦେଶରେ ସେ ବାପୁ ଭାବରେ ବେଶ୍‌ ଜଣାଶୁଣା।ଗାନ୍ଧିଜୀ କେବଳ ଭାରତରେ ନୁହନ୍ତି ବରଂ ସମଗ୍ର ବିଶ୍ୱରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ।ଭାରତର ସ୍ବାଧୀନତା, କଲ୍ୟାଣ ଏବଂ ପ୍ରଗତି ପାଇଁ ସଂଗ୍ରାମ କରିଥିବା ବାପୁଙ୍କୁ ଶ୍ରଦ୍ଧାଜ୍ଞଳି ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ତିରୋଧାନ ଦିବସ ଜାନୁଆରୀ ୩୦କୁ ସର୍ବଭାରତୀୟ ସ୍ତରରେ ‘ଶହୀଦ ଦିବସ’ ଭାବେ ପାଳନ କରାଯାଇଥାଏ।
ସ୍ବାଧୀନ ହେବାର ମାତ୍ର ୫ମାସ ପରେ ୭୮ ବର୍ଷ ବୟସରେ ୧୯୪୮ ମସିହା ଜାନୁଆରୀ ୩୦ରେ ଦିଲ୍ଲୀସ୍ଥିତ ଏକ ପ୍ରାର୍ଥନା ଗୃହରେ ନାଥୁରାମ ଗଡ୍‌ସେଙ୍କ ଗୁଳିରେ ମହାତ୍ମା ଗାନ୍ଧୀଙ୍କର ନିଧନ ହୋଇଥିଲା। ସେହିଦିନଠାରୁ ଦେଶବ୍ୟାପୀ ପ୍ରତିବର୍ଷ ଏହି ଦିନଟି ଶହୀଦ ଦିବସ ଭାବେ ପାଳିତ ହୋଇଆସୁଛି। ଏହିଦିନରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ୩ ପ୍ରତିରକ୍ଷା ବାହିନୀର ମୁଖ୍ୟମାନେ ନୂଆ ଦିଲ୍ଲୀସ୍ଥିତ ଗାନ୍ଧୀ ସମାଧି ପୀଠ ରାଜଘାଟରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରମ୍ପରା ପ୍ରଚଳିତ ହୋଇ ଆସୁଛି। ମହାତ୍ମାଙ୍କ ଚିନ୍ତାଧାରାରେ କାହା ପ୍ରତି ଘୃଣାଭାବ ପ୍ରଦର୍ଶନ ଆଦୌ ଉଚିତ ନୁହେଁ। ଏପରି ନକାରାତ୍ମକ ଭାବ ମନୁଷ୍ୟର ଚେତନାକୁ ନିମ୍ନଗାମୀ କରାଇଥାଏ। ସେହିପରି ଅହିଂସାର ସେ ଥିଲେ ପକ୍ଷପାତୀ। କେବଳ ଭାରତ କାହିଁକି, ସାରା ବିଶ୍ବ ପାଇଁ ସେ ଅହିଂସାର ପ୍ରତୀକ ହୋଇ ରହିଛନ୍ତି। ତାଙ୍କ ବିଚାରଧାରା ଅହିଂସା, ସତ୍ୟାଗ୍ରହ ଓ ସ୍ବରାଜ ପରି ତିନିଟି ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ ଥିଲା। ଅନେକ ବିଶ୍ବନେତା ଗାନ୍ଧିଜୀଙ୍କ ଆଦର୍ଶକୁ ପ୍ରେରଣା ଭାବେ ପରିଗଣିତ କରନ୍ତି। ସେହିପରି ସେ ମଧ୍ୟ ନିଜ ଜୀବନକୁ ସଂଯମ ଅନୁଶୀଳନର ଏକ ପରୀକ୍ଷାଗାର କରିଦେଇଥିଲେ।
ଶିକ୍ଷା ଅଧ୍ୟୟନ କରିବା ପାଇଁ ସେ ୧୮୮୮ରେ ଲଣ୍ତନ ଯାଇଥିଲେ। ସେଠାରେ ବାରିଷ୍ଟର ହେବା ପରେ ପେସାଗତ ଆଇନ ବ୍ୟବସାୟ କରିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ। ସେଠାରେ ତାଙ୍କର ଜୀବନଧାରାରେ ଘୋର ପରିବର୍ତ୍ତନ ଆସିଥିଲା। କୃଷ୍ଣକାୟଙ୍କ ଉପରେ ଶ୍ବେତାଙ୍ଗମାନଙ୍କ ଅତ୍ୟାଚାର ତାଙ୍କୁ ମର୍ମାହତ ତଥା ବିଚଳିତ କରିଥିଲା। ତେବେ ଏହାର ପ୍ରତିବାଦ ପାଇଁ ସତ୍ୟ ଓ ଅହିଂସାକୁ ସାରଥିକରି ସେ ବିପ୍ଳବ ଆରମ୍ଭ କରିଥିଲେ। ଏହାପରେ ୧୯୧୫ ମସିହାରେ ସ୍ବଦେଶକୁ ଫେରି ଆସି ସେ ଇଂରେଜ ଶାସନ ବିରୋଧରେ ଦେଶବାସୀଙ୍କୁ ଏକତ୍ର କରାଇବାରେ ସଫଳ ହୋଇଥିଲେ। ଦୀର୍ଘ ସଂଗ୍ରାମ ପରେ ତାଙ୍କ ନେତୃତ୍ୱରେ ଦେଶବାସୀ ସ୍ବାଧୀନତା ଲାଭ କଲେ। ତେବେ ସେ ସର୍ବଦା ଶାରୀରିକ ଶକ୍ତି ଅପେକ୍ଷା ମନର ବଳ ଉପରେ ଭରସା ତଥା ବିଶ୍ବାସ ରଖୁଥିଲେ। ଆଜି ବାପୁ ଆମ ଗହଣରେ ନ ଥିଲେ ମଧ୍ୟ ତାଙ୍କର ବିଚାରଧାରା ଆମ ଭିତରେ ସ୍ମୃତିରେ ରହିଛି, ଯାହା ଦେଶବାସୀଙ୍କୁ ସାହସ ଓ ସଫଳତା ପଥରେ ଆଗେଇବା ନେବା ପାଇଁ ପ୍ରେରଣା ଯୋଗାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

ମୋଦି ଲଡୁ ନାମରେ ପ୍ରସିଦ୍ଧ ଏହି ମିଠା, ଏହାର ଓଜନ ଆଉ ମୂଲ୍ୟ ଜାଣିଲେ…

ଭାଗଲପୁର,୨୫।୧୦: ଆପଣ କେବେ ମୋଦି ଲଡୁ ଖାଇଛନ୍ତି କି? ଆପଣ ଜାଣନ୍ତି କି ମୋଦି ଲଡୁ କେଉଁଠାରେ ଉପଲବ୍ଧ? ଆପଣ ଏହାର ମୂଲ୍ୟ ଜାଣିଛନ୍ତି କି?...

Maternity Leave ସମୟରେ ପୁଣି ଗର୍ଭବତୀ ହେଲେ ମହିଳା, ଚାକିରିରୁ ବିଦା କରିବା ପଡିଲା ମହଙ୍ଗା!

ଲଣ୍ଡନ,୨୩।୧୦: ବ୍ରିଟେନର ଜଣେ ମହିଳା ମାତୃତ୍ୱ ଛୁଟିରୁ ଫେରିବା ପରେ ପୁଣିଥରେ ଗର୍ଭବତୀ ଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା, କିନ୍ତୁ ତାଙ୍କୁ...

୫ ହଜାର ଫୁଟ ଉଚ୍ଚରେ ରହସ୍ୟମୟ ଗୁମ୍ଫା

ବେଜିଂ: ବିଶ୍ୱରେ ଏପରି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର କିଛି ନା କିଛି ରହସ୍ୟ ରହିଛି। ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ...

ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଅବସରପ୍ରାପ୍ତ ଅଜୟ ତୋମାର (୬୨) ଓ ତାଙ୍କ ସ୍ତ୍ରୀ ସୁନୀତା ତୋମାର(୫୮) ସେମାନଙ୍କ କାର୍‌ରେ ସାରା ଭାରତ ଭ୍ରମଣ...

ସମୁଦ୍ରରେ ବିବାହ

ରିୟାଧ: ବିବାହକୁ ଅନନ୍ୟ ଓ ସ୍ମରଣୀୟ କରିବା ପାଇଁ ସମ୍ପ୍ରତି ଯୁବପିଢ଼ି ଅନେକ ପ୍ରକାରର ନୂତନ ଟ୍ରେଣ୍ଡ୍‌କୁ ଫଲୋ କରୁଛନ୍ତି। ନିକଟରେ ହାସନ୍‌ ଅବୁ ଅଲ୍‌-ଓଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri