ଟରୋଣ୍ଟୋ,୧୪।୭ : କାନାଡାର ଟରୋଣ୍ଟୋରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ମାମଲା ସାମ୍ନାକୁ ଆସିଛି। କାନାଡାର ଟରୋଣ୍ଟୋରେ ଥିବା କନସୁଲେଟ ଜେନେରାଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି।
ଏକ ଟୁଇଟରେ ସେ କହିଛନ୍ତି, ରିଚମଣ୍ଡ ହିଲସ୍ଥିତ ବିଷ୍ଣୁ ମନ୍ଦିରଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ଆମେ ଦୁଃଖିତ। ଏହି ଅପରାଧୀ, ଘୃଣ୍ୟ କାର୍ଯ୍ୟ କାନାଡାର ଭାରତୀୟ ସମ୍ପ୍ରଦାୟର ଭାବନାକୁ ଗଭୀର ଆଘାତ ଦେଇଛି।
ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଦ୍ୱାରା ଭାରତୀୟ ସମୁଦାୟ ଗଭୀର ଯନ୍ତ୍ରଣା ଅନୁଭବ କରିଛନ୍ତି ବୋଲି ସେ କହିଛନ୍ତି।