ବ୍ରିଷ୍ଟଲ,୨୨।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାର ଟଙ୍କା(୧୨ ହଜାର ପାଉଣ୍ଡ)ରେ ନିଲାମ ହୋଇଛି। ଏହି ଘଣ୍ଟାକୁ ମହାତ୍ମା ପକେଟରେ ରଖୁଥିଲେ। ଏହା ଭାଙ୍ଗିଯାଇଥିବା ନିଲାମ ହାଉସ୍ ଇଷ୍ଟ ବ୍ରେଷ୍ଟଲ ପକ୍ଷରୁ କୁହାଯାଇଛି। ଏହାକୁ ଆମେରିକାର ଜଣେ ବ୍ୟକ୍ତି କିଣି ଥିବା ଇଷ୍ଟ ବ୍ରେଷ୍ଟଲ ହାଉସ୍ର ସଦସ୍ୟ ଆଣ୍ଡ୍ର୍ୟୁ ଷ୍ଟୋଓ୍ବ କହିଛନ୍ତି। ତାଙ୍କ ବୁଢ଼ା ବାପାଙ୍କୁ ୧୯୪୪ରେ ରୁପାରେ ପଲିସ ହୋଇଥିବା ଏହି ଘଣ୍ଟାକୁ ମହାତ୍ମା ଉପହାରରେ ଦେଇଥିଲେ। ଘଣ୍ଟାର ନିଲାମ ୧୦ ହଜାର ପାଉଣ୍ଡରେ ହେବ ବୋଲି ଆଶା କରାଯାଉଥିଲା। ତେବେ ଆଶାଠାରୁ ଅଧିକରେ ଏହା ନିଲାମ ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ ମହାତ୍ମାଙ୍କ ଚଷମା ନିଲାମ କରାଯାଇଥିଲା।