Categories: ଖେଳ

ବିଶ୍ୱକପ ଇତିହାସରେ ୪୮ ବର୍ଷରେ ଯାହା ହୋଇ ନ ଥିଲା, ତାହାକୁ କରି ଦେଖାଇଲେ ଏହି ଖେଳାଳି

ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କା ଖେଳାଳି ମହିଶ ତିକ୍ଷଣା ୯୧ ବଲରେ ୩୮ ରନ ସ୍କୋର କରିବା ପରେ ଅପରାଜିତ ଫେରିଛନ୍ତି। ଏଥିସହ ମହିଶ ତିକ୍ଷଣା ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ବାସ୍ତବରେ, ବିଶ୍ୱକପର ୪୮ ବର୍ଷର ଇତିହାସରେ ଏହା ପ୍ରଥମ ଥର ଏହା ହୋଇଛି , ଯେତେବେଳେ ନମ୍ବର ୯ରୁ ନମ୍ବର ୧୧ ପର୍ଯ୍ୟନ୍ତ ଜଣେ ବ୍ୟାଟ୍ସମ୍ୟାନ ୯୧ ବଲର ସମ୍ମୁଖୀନ ହୋଇଛନ୍ତି। ଏହିପରି ଭାବରେ, ମହିଶ ତିକ୍ଷଣା ୯ ନମ୍ବରରରେ ଆସି ୯୧ ବଲର ସାମ୍ନା କରିଥିବା ବିଶ୍ୱକପ ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି।

ଶେଷ ଉଇକେଟ୍‌ ପାଇଁ ଦିଲଶାନ ମଧୁଶଙ୍କାଙ୍କ ସହ ମହିଶ ତିକ୍ଷଣା ୪୩ ରନର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଏହି କାରଣରୁ ଶ୍ରୀଲଙ୍କା ଦଳ ୧୭୧ ରନ୍‌ରେ ପହଞ୍ଚିବାରେ ସଫଳ ହୋଇଛି। ବାସ୍ତବରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ କ୍ରମାଗତ ଭାବରେ ପାଭିଲିୟନକୁ ଫେରି ଆସୁଥିଲେ, କିନ୍ତୁ ମହିଶ ଗୋଟିଏ ଉଇକେଟ୍‌ ଅକ୍ଷୁର୍ଣ୍ଣ ରଖିଥିଲେ।

Share