Categories: ଖେଳ

ଶ୍ରୀଲଙ୍କାକୁ ବଡ ଝଟକା, ଫାଇନାଲ ମ୍ୟାଚରୁ ବାଦ୍‌ ପଡିଲେ ଏହି ଖେଳାଳି

କଲମ୍ବୋ,୧୬।୯: ଭାରତ ବିପକ୍ଷ ଫାଇନାଲ ମ୍ୟାଚ ପୂର୍ବରୁ ଶ୍ରୀଲଙ୍କାକୁ ବଡ ଝଟକା ଲାଗିଛି। ରବିବାର ଏସିଆ କପ୍‌ର ଫାଇନାଲ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ, କିନ୍ତୁ ଆୟୋଜକ ଶ୍ରୀଲଙ୍କାର ସମସ୍ୟା ବଢୁଥିବା ଜଣାପଡିଛି। ଶ୍ରୀଲଙ୍କାର ସ୍ପିନର ମହିଶ ଥେସ୍କାନା ଭାରତ ବିପକ୍ଷରେ ଫାଇନାଲ ଖେଳି ପାରିବେ ନାହିଁ। ଆହତ କାରଣରୁ ମହିଶ ବାଦ୍‌ ପଡିଛନ୍ତି। ଗତ ମ୍ୟାଚରେ ମହିଶ ଆହତ ହୋଇଥିଲେ। ବର୍ତ୍ତମାନ ଏହି ଆଘାତ ହେତୁ ମହିଶ ଏସିଆ କପ୍‌ର ଫାଇନାଲ ମ୍ୟାଚ ଖେଳି ପାରିବେନାହିଁ ।

ରବିବାର ଏସିଆ କପ୍‌ର ଫାଇନାଲ ମ୍ୟାଚ ଖେଳାଯିବ। କଲମ୍ବୋ ପଡ଼ିଆରେ ଭାରତ ଏବଂ ଶ୍ରୀଲଙ୍କାର ଦଳ ମୁହାଁମୁହିଁ ହେବେ। ଏଥି ସହି ଏହି ଟାଇଟଲ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହେବ। ଦାଶୁନ ଶନାକାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଦଳ ସୁପର ଫୋର୍‌ ରାଉଣ୍ଡରେ ପାକିସ୍ତାନ ଏବଂ ବାଂଲାଦେଶକୁ ପରାସ୍ତ କରିଛି। ଏଥିସହିତ ଶ୍ରୀଲଙ୍କାକୁ ମଧ୍ୟ ଭାରତ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହିପରି ଶ୍ରୀଲଙ୍କା ଦଳ ୪ ପଏଣ୍ଟ ସହ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି।

Share