Categories: ଖେଳ

କାହିଁକି ବଦଳିଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ? ଦଳର କ୍ରିକେଟ ମୁଖ୍ୟ କହିଲେ କାରଣ…

ନୂଆଦିଲ୍ଲୀ,୨୦।୧୨: ନିକଟରେ ପ୍ରଶଂସକଙ୍କୁ ଚମକାଇ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଅଧିନାୟକ ପରିର୍ତ୍ତନ କରିଥିଲା। ରୋହିତ ଶର୍ମାଙ୍କ ସ୍ଥାନରେ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତ କରିଛି। ଏହାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଏଭଳି ନିଷ୍ପତ୍ତି ପଛର କାରଣ କହିଛନ୍ତି ଫ୍ରାଞ୍ଚାଇଜ୍‌ର କ୍ରିକେଟ ମୁଖ୍ୟ ମହିଳା ଜୟବର୍ଦ୍ଧନେ। ଏହି ନିର୍ଣ୍ଣୟ କଠିନ ଥିଲା ହେଲେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହା କରିବା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି।

ଜୟବର୍ଦ୍ଧନେ କହିଛନ୍ତି, ଆମେ ସର୍ବଦା ଟାଇଟଲ ପାଇଁ ଖେଳିବାକୁ ଚାହୁଁଛୁ। ଦଳର ଆଗାମୀ ପିଢ଼ି ପ୍ରସ୍ତୁତ କରିବାକୁ ଚାହୁଁଛୁ। ଲୋକେ ଭାବୁଥିବେ ଆମେ ବହୁତ ଶୀଘ୍ର ନିଷ୍ପତ୍ତି ନେଇଗଲୁ। ହେଲେ ଆମକୁ ତାହା ନେବାର ଥିଲା। ହାର୍ଦ୍ଦିକ ବହୁତ ଦିନ ଧରି ଦଳ ସହ ଜଡ଼ିତ ଥିଲେ। ଏଣୁ କିଛି ନୂଆ ନାହିଁ। ଆମେ ଜାଣିଛୁ ସେ କ’ଣ କରିପାରିବେ। ଏହା ଗୁଜରାଟର ଅଧିନାୟକଠାରୁ ଭିନ୍ନ ଅନୁଭବ ହେବ। ସେ ଉକ୍ତ ଅନୁଭବ ଆଧାରରେ ଆଗକୁ ବଢ଼ିବାର ସୁଯୋଗ ପାଇବେ ବୋଲି ସେ କହିଛନ୍ତି।

ଏହାଛଡ଼ା ରୋହିତ ଆଗାମୀ ପିଢ଼ିର ମାର୍ଗଦର୍ଶନ ଲାଗି ଦଳରେ ରହିବେ। ସେ ବହୁତ ଭଲ ଅଧିନାୟକ ରହିଛନ୍ତି। ତାଙ୍କ ସହ ବହୁତ କାମ କରିଛି। ସେ ମୁମ୍ବାଇ ଇତିହାସର ଅଙ୍ଗ ହୋଇ ରହିବେ। ସଚିନ ତେନ୍ଦୁଲକର ମଧ୍ୟ ସେହିଭଳି ଦଳର ଅଧିନାୟକ ପଦ ଛାଡ଼ି ବରିଷ୍ଠ ଖେଳାଳି ଭାବେ ଖେଳିଥିଲେ ଏବଂ ଖେଳାଳିଙ୍କ ମାର୍ଗଦର୍ଶନ କରିଥିଲେ ବୋଲି ସେ ଉଦାହରଣ ମଧ୍ୟ ଦେଇଛନ୍ତି।

Share