Categories: ଖେଳ

ପୁଣି ଧୋନିଙ୍କ ହାତରେ ଦିନିକିଆ ବିଶ୍ୱକପ ଟ୍ରଫି, ପ୍ରଶଂସକଙ୍କ ମନରେ ପୁନର୍ଜୀବିତ ହେଲା ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ୍

ମୁମ୍ବାଇ,୧୩ା୪: ମହେନ୍ଦ୍ର ସିଂହ ଧୋନିଙ୍କ ଭାରତୀୟ କ୍ରିକେଟ ଟିମର ଏକମାତ୍ର ଅଧିନାୟକ ଯିଏ ସମସ୍ତ ପ୍ରକାର ଆଇସିସି ଟ୍ରଫି ଜିତିଛନ୍ତି। ତେଣୁକରି ଭାରତୀୟ କ୍ରିକେଟ ଧୋନିଙ୍କ ହାତରେ ଆଇସିସି ଟ୍ରଫି ଦେଖିଲେ ପ୍ରଶଂସକମାନେ ଉତ୍ଫୁଲିତ ହୋଇ ଉଠନ୍ତି। ଶନିବାର ସମାନ ଘଟଣା ଘଟିଥିଲା ଯେତେବେଳେ ବିସିସିଆଇ ଧୋନିଙ୍କର ଏକ ଫଟୋ ଏହାର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲା।

ଏଥିରେ ଧୋନି ୨୦୧୧ ଦିନିକିଆ ବିଶ୍ୱକପକୁ ଧରିଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ଧୋନି ଟ୍ରଫିକୁ ଏପରି ନିରୀକ୍ଷଣ କରୁଛନ୍ତି ସତେ ଯେପରି ସେ ବିଶ୍ୱକପ ଫାଇନାଲ ମ୍ୟାଚର ସ୍ମୃତିକୁ ପୁନର୍ଜୀବିତ କରୁଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ପ୍ରଥମେ ୨୦୦୭ରେ ଟି-୨୦ ବିଶ୍ୱକପ ଜିତିଥିଲା, ଏହାପରେ ୨୦୦୭ ରେ ଦିନିକିଆ ବିଶ୍ୱକପ, ୨୦୧୩ରେ ଦିନିକିଆ ଚମ୍ପିଆନ୍ସ ଟ୍ରଫି ଏବଂ ଟେଷ୍ଟରେ ମଧ୍ୟ ଭାରତୀୟ ଟିମ୍ ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲା।

ଏହାପରେ ଧୋନି ୨୦୧୪ ଏବଂ ୨୦୧୬ ଟି୨୦ ବିଶ୍ୱକପ, ୨୦୧୫ ଦିନିକିଆ ବିଶ୍ୱକପ ଏବଂ ୨୦୧୯ ଦିନିକିଆ ବିଶ୍ୱକପ ଦଳର ମଧ୍ୟ ସଦସ୍ୟ ଥିଲେ। ଏହାପରେ ସେ ଭାରତୀୟ ଟିମରୁ ଅବସର ଘୋଷଣା କରିଥିଲେ।

Share