ନୂଆଦିଲ୍ଲୀ,୭।୭: ଷ୍ଟାର ଇଣ୍ଡିଆନ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୨ତମ ଜନ୍ମଦିନ ଭିନ୍ନ ଅନ୍ଦାଜରେ ପାଳନ କରିଛନ୍ତି। ଧୋନିଙ୍କଠାରୁ ଦୂରରେ ରହି ପନ୍ତ ତାଙ୍କ ଜନ୍ମଦିନ ପାଳନ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି। ଫଟୋରେ ପନ୍ତ କେକ କାଟିବା ପାଇଁ ତାଙ୍କ ହାତରେ ଏକ ଛୁରୀ ଥିବା ଦେଖାଯାଉଛି। ଏହି ପୋଷ୍ଟକୁ ଶେୟାର କରି ପନ୍ତ କ୍ୟାପଶନରେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମାହି ଭାଇ। ତୁମେ ତ ବର୍ତ୍ତମାନ ପାଖରେ ନାହ, ହେଲେ ମୁଁ ତୁମ ପାଇଁ କେକ କାଟିଦେଉଛି। ଜନ୍ମଦିନର ଶୁଭେଚ୍ଛା। ଏହା ପରେ ସେ ଧୋନିଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।