ନୂଆଦିଲ୍ଲୀ,୧୧।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ସ୍ଲୋ ଓଭରକୁ ନେଇ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। ଦଳ ଏହି ମ୍ୟାଚ୍ ଜିତିପାରି ନ ଥିବା ବେଳେ ଆଇପିଏଲ୍ର ନିୟମ ଅନୁଯାୟୀ ଏହି ଜରିମାନା କରାଯାଇଛି।
ପ୍ରକାଶ ଯେ, ଦିଲ୍ଲୀ କ୍ୟାପିଟାଲକୁ ସିଏସ୍କେ ପକ୍ଷରୁ ୧୮୯ର ବିଜୟ ଲକ୍ଷ୍ୟର ଦିଆଯାଇଥିଲା। ପରେ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ(୮୫) ଏବଂ ପୃଥ୍ବୀ ଶ(୭୨) ରନ୍ କରି ୧୩୮ରନ୍ର ଭାଗିଦାରୀ କରିଥିଲେ। ଏଥିଯୋଗୁ ଦଳ ସହଜ ବିଜୟ ହାସଲ କରିଥିଲା।