Posted inଖେଳ

ଦୋକାନ ଖୋଲିଲେ ଧୋନୀ, ଜମିଲା ଭିଡ

ରାଞ୍ଚି,୨୧।୩: ଭାରତର ପୂର୍ବତନ ଦଳର କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପରେ ମଧ୍ୟ ତାଙ୍କ କ୍ରେଜ୍‌ ଆଜି ବି ରହିଛି। ନିଜ ସହର ରାଞ୍ଚିରେ ସେ ବେଶ୍‌ ଲୋକପ୍ରିୟ। ଏହି କାରଣରୁ ଅବସରରେ ଧୋନୀ ଚାଷ କାର୍ଯ୍ୟକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି। ଧୋନୀ ରାଞ୍ଚିରେ ଏକ ଆଉଟ୍‌ଲେଟ୍‌ ଖୋଲିଛନ୍ତି। ଏଥିରେ ତାଙ୍କୁ ଫାର୍ମ ହାଉସ୍‌ରୁ ଅମଳ ହେଉଥିବା ପରିବା ମଧ୍ୟ ଉପଲବ୍ଧ ହେଉଛି। ଏବେ ଧୋନୀଙ୍କ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ରବିବାର ସକାଳେ ରାଞ୍ଚିର ମେନ ରୋଡରେ ଧୋନୀଙ୍କ ଇଜା ଫାର୍ମ ହାଉସର ଏକ ଆଉଟଲେଟ ଲଞ୍ଚ କରାଯାଇଥିଲା। ଧୋନୀଙ୍କ କ୍ୟାରିଅରକୁ ଦୃଢତା ଦେଇଥିବା ତାଙ୍କ ବନ୍ଧୁ ପରମଜିତ ସିଂ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଧୋନୀଙ୍କ କିଛି ବନ୍ଧୁ ଉପସ୍ଥିତ ଥିଲେ। ଏହାପରେ ଲୋକଙ୍କ ଭିଡ ଜମିଥିଲା। ଏହି ଆଉଟଲେଟରେ ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ ସହିତ ଫଳ ଏବଂ କ୍ଷୀର ମଧ୍ୟ ବିକ୍ରି ହେଉଛି। ଧୋନୀଙ୍କ ଫାର୍ମ ହାଉସ୍‌ରେ ଅର୍ଗାନିକ୍‌ ପଦ୍ଧତିରେ ପରିବା ଚାଷ କରାଯାଉଥିବାରୁ ଲୋକେ ଏହାକୁ ନେବା ପାଇଁ ଆଗ୍ରହ ଦେଖାଉଛନ୍ତି। ସୂଚନାଯୋଗ୍ୟ, ଆଇପିଏଲ୍‌ ୨୦୨୧ର ପ୍ରସ୍ତୁତି ପାଇଁ ଧୋନୀ ଏବେ ଚେନ୍ନାଇରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକିରେ ଇତିହାସ ରଚିଲା ଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସରୋଜ ଜେନା): ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ଶନିବାର ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ...

ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ନେଇ ଆଇସିସିର ବଡ଼ ଘୋଷଣା: ଭାରତ ଆସିବ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୬।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛି। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ଆୟୋଜନ କରିବାକୁ ଥିବା ବେଳେ ପାକିସ୍ତାନ...

ଟିମ୍‌ ଇଣ୍ଡିଆରେ ଆଉ ନଜର ଆସିବେନି ସୂର୍ଯ୍ୟକୁମାର ଯାଦବ! ମନେ ପକାଇବେ ପ୍ରଶଂସକ, ଏ ହେଉଛି କାରଣ…

ନୂଆଦିଲ୍ଲୀ,୧୬।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ମରଣୀୟ ପାଲଟିଛି। ଦଳ ୪ ମ୍ୟାଚ୍‌ର ଟି୨୦ ସିରିଜର ୩-୧ରେ ବାଜି ମାରିଛି।...

ମାର୍କ କିଙ୍ଗ୍‌ ୫ ବର୍ଷ ବାସନ୍ଦ

ଶିଫିଲ୍ଡ, ୧୬ା୧୧ (ଏପି): ଇଂଲିଶ ସ୍ନୁକର ଖେଳାଳି ମାର୍କ କିଙ୍ଗ୍‌ଙ୍କୁ ଶୁକ୍ରବାର ୫ ବର୍ଷ ବାସନ୍ଦ କରାଯାଇଛି। ମ୍ୟାଚ ଫିକ୍ସିଂ କରିବା ଓ ଟୁର୍ନାମେଣ୍ଟର ଭିତିରି...

ଆଇପିଏଲ୍‌ ନିଲାମିରେ ୫୭୪ ଖେଳାଳି

ନୂଆଦିଲ୍ଲୀ, ୧୬ା୧୧ (ପି.ଟି.): ଆଗାମି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ ପାଇଁ ଖେଳାଳି ନିଲାମି ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ଜେଦାହଠାରେ...

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ ଭାଙ୍ଗିଦେଲେ ତିଳକ ବର୍ମା

ସେଞ୍ଚୁରିୟନ୍‌,୧୬।୧୧: ତିଳକ ବର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିସ୍ଫୋରକ ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍‌ରେ ଟିମ...

ଦ୍ଵିତୀୟ ଥର ପାଇଁ ବାପା ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୬/୧୧: ଖୁସି ଖବର ଦେଲେ ଭାରତୀୟ କ୍ରିକେଟର ରୋହିତ ଶର୍ମା। ସେ ଦ୍ଵିତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରିତିକା ଏକ ପୁତ୍ର...

ପାଞ୍ଚ ମ୍ୟାଚରେ ତିନି ଶତକ ସହିତ ଅନେକ ରେକର୍ଡ ଭାଙ୍ଗିଲେ ସାମସନ୍: ପଛରେ ପଡିଲେ ଧୋନୀ, ପନ୍ତ, ରାହୁଲ ଏବଂ ଇଶାନ୍

ନୂଆଦିଲ୍ଲୀ,୧୪ା୧୧: ଭାରତ ଏବଦଖିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜର ଚତୁର୍ଥ ମୁକାବିଲାରେ ଭାରତୀୟ ବ୍ୟାଟରମାନେ ଅନେକ ରେକର୍ଡ ଭାଙ୍ଗିଛନ୍ତି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri