Categories: ଖେଳ

କ୍ରିକେଟ ପରେ କ’ଣ ବଲିଉଡ୍‌? ଏଭଳି ପ୍ରଶ୍ନ ଶୁଣି ଧୋନୀ କହିଲେ…

ନୂଆଦିଲ୍ଲୀ,୬।୧୦: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ କମାଣ୍ଡ କରୁଥିବା ଏମ୍‌ଏସ୍‌ ଧୋନୀ ବର୍ତ୍ତମାନ ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଧୋନୀଙ୍କୁ ତାଙ୍କ ଅବସର ସମ୍ପର୍କିତ ପ୍ରଶ୍ନ ପଚରାଯାଇଥିଲା। ଏହାର ଜବାବରେ ଆଇପିଏଲ୍‌ ୨୦୨୨ରେ ଖେଳିବା ପରେ ସେ କ୍ରିକେଟରୁ ବିଦାୟ ନେଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି। ଏହି ସମୟରେ, ଅନ୍ୟ ଜଣେ ପ୍ରଶଂସକ କ୍ରିକେଟ ପରେ ସେ ବଲିଉଡ ଯିବେ କି ବୋଲି ମଧ୍ୟ ପଚାରିଥିଲେ। ଏହାର ଜବାବରେ ମାହି କହିଛନ୍ତି, ସେଭଳି କିଛି ଯୋଜନା ନାହିଁ। ବଲିଉଡ୍‌ରେ କାମ କରିବା ସେତେଟା ସହଜ ନୁହେଁ। ବିଜ୍ଞାପନ କଥା ଯଦି ଉଠେ, ତେବେ ସେଗୁଡ଼ିକୁ କରି ଖୁସି ଅଛି। ହେଲେ ଚଳଚ୍ଚିତ୍ର କଥା ଉଠିଲେ ତାହା ଏକ କଠିନ ବୃତ୍ତି ଏବଂ ଏହା କରିବା ଅତ୍ୟନ୍ତ କଷ୍ଟକର ବୋଲି ସେ କହିଛନ୍ତି।

Share