Categories: ଜାତୀୟ

‘ଆକବରଙ୍କ ଭଳି ମହାନ ପ୍ରଧାନମନ୍ତ୍ରୀ ମୋଦି’

ଭୋପାଳ,୨୦।୫: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟ୍‌ର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋଗଲ ଶାସକ ଆକବରଙ୍କ ସହ ତୁଳନା କରଛନ୍ତି। ମୋଦି ଆକବରଙ୍କ ଭଳି ମହାନ ବୋଲି ମଧ୍ୟପ୍ରଦେଶର ପଞ୍ଚାୟତିରାଜ ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଦିଆ କହିଛନ୍ତି। ସେ କେବଳ ଏତିକି କହି ଅଟକି ନ ଥିଲେ, କେନ୍ଦ୍ର ମନ୍ତ୍ରୀ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶର ସର୍ବଶ୍ରେଷ୍ଠ ହିରୋ ଆଖ୍ୟା ଦେଇଛନ୍ତି।
ସୂଚନାଯୋଗ୍ୟ, ଗୁନାରେ ଏକ ଲୋକାର୍ପଣ ଏବଂ ଭୂମିପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋର୍ତିିଆଦିତ୍ୟ ସିନ୍ଧିଆ ସିନ୍ଧିଆ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବୋଧନ କରି ମନ୍ତ୍ରୀ ସିସୋଦିଆ କହିଥିଲେ, ଆକବରଙ୍କୁ ହୀରା ଚିହ୍ନିବାର କଳା ଜଣାଥିଲା। ତାଙ୍କ ପାଖରେ ୯ଟି ହୀରା ଥିବାରୁ ସେ ମହାନ ହୋଇପାରିଥିଲେ। ସେହିଭଳି କଳା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ରହିଛି। ସେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ଚିହ୍ନି ତାଙ୍କୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ କରାଇଛନ୍ତି। ସେ ଆସିବା ପରେ ଦୁର୍ବଳ ଥିବା ଏହି ବିଭାଗ ଏବେ ଭଲ କାମ କରୁଛି। ସିନ୍ଧିଆ ମଧ୍ୟପ୍ରଦେଶର ମହାରାଜ ବୋଲି ସେ କହିଛନ୍ତି।

Share