ଖୁବ୍‌ ବିଳାସମୟ ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନ

ଚେନ୍ନାଇ: ତେଲଗୁ ସୁପରଷ୍ଟାର ମହେଶ ବାବୁ କଳାକାର ପରିବାରରୁ ଆସିଥିଲେ ବି ବଡ ପରଦାରେ ତିଷ୍ଠି ରହିବାକୁ ସେ ଖୁବ୍‌ ପରିଶ୍ରମ କରିଛନ୍ତି। ନିଜର ପରିଶ୍ରମ ହିଁ ଆଜି ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ। କେବଳ ତେଲଗୁ ଇଣ୍ଡଷ୍ଟ୍ରି ନୁହେଁ ବରଂ ସାରା ବିଶ୍ୱରେ ତାଙ୍କର ରହିଛି ଏକ ଭିନ୍ନ ପରିଚୟ। ସାଉଥ୍‌ ଅଭିନେତାଙ୍କ ମଧ୍ୟରେ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହେଶ ବାବୁ। ଅଗଷ୍ଟ ୯ରେ ମହେଶ ତାଙ୍କ ଜନ୍ମଦିନ ପାଳନ କରିଥାଆନ୍ତି। ଆଉ ଆଜିର ଜନ୍ମଦିନରେ ତାଙ୍କ ସମ୍ପର୍କରେ କିଛି ଜାଣିବାକୁ ହୁଏତ ତାଙ୍କ ପ୍ରଶଂସକ ଚାହୁଁଥିବେ। ତେବେ ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନ କଥା ଅନେକଙ୍କୁ ଅଜଣାଥିବ। ଏହି ଭ୍ୟାନିଟି ଭ୍ୟାନଟି ବେଶ୍‌ ବିଳାସପୂର୍ଣ୍ଣ ବୋଲି କୁହାଯାଏ। ଏହାର ଦାମ୍‌ ପାଖାପାଖି ୬.୦୨ କୋଟି ଟଙ୍କା। ୨୦୧୩ରେ ସେ ଏହାକୁ କିଣିଥିଲେ। ମହେଶ ନିଜ ଘର ଅପେକ୍ଷା ଅଧିକ ସମୟ ଏହି ଭ୍ୟାନରେ ବିତାଇ ଥାଆନ୍ତି ବୋଲି କୁହାଯାଏ। ଆଉ ଶୁଟିଂ ସମୟରେ ସେ ଏହି ଭ୍ୟାନରେ ହିଁ ନିଜର ଆତ୍ମତୃପ୍ତି ପାଇ ଥାଆନ୍ତି ବୋଲି କୁହନ୍ତି। ଏଥିରେ ରହିଛି ୨ଟି ବେଡ୍‌ ରୁମ୍‌। ଏଠାରେ ଲାଗିଛି ଏକ ସାଟେଲାଇଟ ଟେଲିଭିଜନ। ଯେକୌଣସି ସମୟରେ ଏଥିରେ ଇଣ୍ଟରନେଟ ଆକ୍ସେସ କରିହେବ। ଏହାସହ ଏହି ଟିଭି ସେଟ୍‌ରେ ଯେ କୌଣସି ଦେଶର ଚ୍ୟାନେଲ ଦେଖିହେବ। ତେବେ ମହେଶ ବାବୁଙ୍କ ବିଶେଷ ଦାବି ଯୋଗୁ ଏହି ଟେଲିଭିଜନଟି ଲାଗିଥିବା କୁହାଯାଏ। ବିବିସିର ସୂଚନା ଅନୁଯାୟୀ, ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନକୁ ଏକ ଗତିଶୀଳ ବିଳସପୂର୍ଣ୍ଣ ଘର ସହ ତୁଳନା କରାଯାଇପାରେ। ମହେଶ ନିଜେ ଏହାର ଡିଜାଇନ ଦେଇଛନ୍ତି। ଏଥିରେ ତାଙ୍କ ପୁଅସହ ଏକ ଫଟୋ ମଧ୍ୟ ରହିଛି।

ମହେଶଙ୍କ ପ୍ରେମ କାହାଣୀ କଥା ଯଦି ଆଲୋଚନା କରାଯାଏ ତେବେ ପ୍ରଥମ ଦେଖାରେ ହିଁ ସେ ବଲିଉଡ୍‌ ନାୟିକା ନମ୍ରତା ସିରୋଡକରଙ୍କ ପ୍ରେମରେ ପଡିଥିଲେ। ଆଉ ଏମାନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର କାହାଣୀଠାରୁ କମ୍‌ ନ ଥିଲା।

Share