ଲଗଜରୀ ଲାଇଫ୍ ମେଣ୍ଟେନ କରନ୍ତି ମହେଶ ବାବୁ, ଗୋଟିଏ ଫିଲ୍ମ ପାଇଁ ନିଅନ୍ତି କୋଟି କୋଟି ଟଙ୍କା ପାରିଶ୍ରମିକ

ଚେନ୍ନାଇ: ସାଉଥ୍ ଅଭିନେତା ମହେଶ ବାବୁ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୯ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜିକୁ ଠିକ୍ ୪୮ ବର୍ଷ ପୂର୍ବେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ତାଙ୍କର ଜନ୍ମ ହୋଇଥିଲା । ଅଭିନୟକୁ ନେଇ ସାଉଥ୍ ଇଣ୍ଡଷ୍ଟ୍ରିରେ ତାଙ୍କର ରହିଛି ଏକ ଭିନ୍ନ ପରିଚୟ । ଦକ୍ଷିଣ ଭାରତର ସବୁଠାରୁ ଦାମୀ କଳାକାରଙ୍କ ମଧ୍ୟରୁ ମହେଶ ବାବୁ ଅନ୍ୟତମ ।
୧୯୮୩ରେ ମନୋରଞ୍ଜନ ଦୁନିଆରେ ପାଦ ରଖିଥିବା ମହେଶ ବାବୁ ଆଜି କୋଟି କୋଟି ଟଙ୍କାର ମାଲିକ । ପ୍ରଥମେ ସେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୯୮୩ରେ ତାଙ୍କର ପ୍ରଥମ ମୁଭି ରିଲିଜ୍ ହୋଇଥିଲା । ହେଲେ ୧୯୯୯ରେ ଲିଡ ଅଭିନେତା ଭାବେ ତାଙ୍କୁ ତେଲଗୁ ମୁଭି ‘ରାଜା କୁମାରୁଦୁ’ରେ ଦେଖିବାକୁ ମିଳିଥିଲା । ଏହାପରେ ସେ ଆଉ ପଛକୁ ନ ଚାହିଁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇଥିଲେ ଦର୍ଶକଙ୍କୁ ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହେଶ ବାବୁ ଏବେ ୩୦ ମିଲିୟନ ଡଲାର ବା ୨୨୨ କୋଟି ଟଙ୍କାର ମାଲିକ । ତାଙ୍କର ଅଧିକାଂଶ ଆୟ ଫିଲ୍ମ ଓ ବିଜ୍ଞାପନରୁ ହୋଇଥାଏ । ସେ ଗୋଟିଏ ମୁଭି ପାଇଁ ୧୮-୨୦ କୋଟି ଟଙ୍କା ନିଅନ୍ତି ବୋଲି କୁହାଯାଏ । ବିଜ୍ଞାପନରୁ ବି ସେ କୋଟି କୋଟି ଟଙ୍କା ଆୟ କରିଥାଆନ୍ତି ।
ଖୁବ୍ ଲଗଜରୀ ଲାଇଫ୍ ମେଣ୍ଟେନ କରନ୍ତି ମହେଶ ବାବୁ । ତାଙ୍କ ନିକଟରେ ହାଇଦ୍ରାବାଦ ଜୁବଲି ହିଲ୍ସରେ ରହିଛି ଏକ ସୁନ୍ଦର ବଙ୍ଗଳା । ଯାହାର ମୂଲ୍ୟ ପାଖାପାଖି ୩୦ କୋଟି ଟଙ୍କା ହେବ । ଏହାସହ ବେଙ୍ଗାଲୁରୁରେ ବି ସେ ଏକ ଘର କିଣିଛନ୍ତି । ଏହା ମଧ୍ୟ କୋଟି କୋଟି ଟଙ୍କାର ସମ୍ପତ୍ତି ।
କୁହାଯାଏ ମହେଶ ବାବୁଙ୍କର ସୌକ ହେଲା ଦାମୀ କାର୍ । ତାଙ୍କ ନିକଟରେ ଲୈମ୍ବରର୍ଗିନି ଗୋଲାର୍ଡେ ରହିଛି, ଯାହାର ମୂଲ୍ୟ ୩ କୋଟି ଟଙ୍କା ଏହାସହ ୨ କୋଟିର ରେଞ୍ଜ ରୋଭର, ୯୦ ଲକ୍ଷର ଟୋୟୋଟା ଲ୍ୟାଣ୍ଡ କ୍ରୁଜ, ୪୯ ଲକ୍ଷର ମର୍ସିଡିଜ ବେଂଜ ଇ କ୍ଲାସ ଓ ୧.୧୨ କୋଟିର ଅଡି ଏ୮ ରହିଛି ।

Share