ଜାଣନ୍ତୁ ବଲିଉଡ଼କୁ ନେଇ କ’ଣ କହିଲେ ଅଭିନେତା

ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କ ଅଭିନୟ ପାଇଁ ସବୁଠି ଚର୍ଚ୍ଚାରେ। ଏବେ କିନ୍ତୁ ସେ ବଲିଉଡକୁ ନେଇ ଦେଇଥିବା ବୟାନଙ୍କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ବଲିଉଡ ଡେବ୍ୟୁକୁ
ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି ମହେଶ ବାକବୁ କହିଛନ୍ତି, ବଲିଉଡରେ ଡେବ୍ୟୁ କରିବାକୁ ତାଙ୍କର ଇଚ୍ଛା ନାହିଁ । ବଲିଉଡରୁ ସେମିତି କେବେ ଅଫର ମିଳି ନାହିଁ। ମୋ ମତରେ ବଲିଉଡର କ୍ୟାରିୟର କରିବା ସମୟ ବର୍ବାଦ କରିବା ସଙ୍ଗେ ସମାନ ।

ମୁଁ ଏମିତି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁନି, ଯିଏ ମନ ମୁତାବକ ପାରିଶ୍ରମିକ ଦେବାକୁ ସକ୍ଷମ ନୁହେଁ । ସାଉଥରୁ ମୋତେ ବହୁତ ଭଲପାଇବା ମିଳିଛି । ଏହାସହ ସମ୍ମାନ ଯାହା ମୋତେ ସାଉଥ ପ୍ରଶଂସକଙ୍କଠାରୁ ମିଳିଛି । ଏହି କାରଣରୁ ମୁଁ ଏହି ଇଣ୍ଡଷ୍ଟ୍ରିକୁ ଛାଡିବାକୁ ଚାହୁଁନି ।

Share