ଦାମୀ କାର କିଣିଲେ ମହେଶ ବାବୁ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ମହେଶ ବାବୁ ତାଙ୍କର ଚମତ୍କାର ଅଭିନୟ ହେତୁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଏଥିସହିତ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ମଧ୍ୟ ର୍ଚ୍ଚାରେ ରହୁନ୍ତି। ତାଙ୍କର ଏକରୁ ଅଧିକ କାରର କଲେଶନ ଅଛି ଏବଂ ତାଙ୍କ କଲେଶନରେ ଅନ୍ୟ ନାମ ଯୋଡାଯାଇଛି । ମହେଶ ବାବୁ ନିକଟରେ ରେଞ୍ଜ ରୋଭର ଏସଭି କିଣିଛନ୍ତି। ରିପୋର୍ଟ ଅନୁଯାୟୀ ଏହାର ମୂଲ୍ୟ ପ୍ରାୟ ୫.୪ କୋଟି ଟଙ୍କା ଅଟେ। ରେଞ୍ଜ ରୋଭରକୁ ସେଲିବ୍ରିଟିମାନେ ଭଲ ପାଆନ୍ତି ଏବଂ ପ୍ରାୟ ସମସ୍ତ ସେଲିବ୍ରିଟ ପାଖରେ ଏହି କାର ଉପଲବ୍ଧ। ମୋହନଲାଲ, ଚିରଞ୍ଜୀବୀ, ଜନିୟର ଏନ୍‌ଟିଆର ମଧ୍ୟ ରେଞ୍ଜ ରୋଭର କିଣିଛନ୍ତି। ଏହା ଭାରତରେ ଉପଲବ୍ଧ ମହଙ୍ଗା କାର ମଧ୍ୟରୁ ଗୋଟିଏ।

Share