ରଣବୀର ହେଉଛନ୍ତି ଭାରତର ଶ୍ରେଷ୍ଠ ଅଭିନେତା: ମହେଶ ବାବୁ

ବମ୍ବେ: ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର କପୁର। ନଭେମ୍ବର ୨୩ରେ ରିଲିଜ ହୋଇଥିଲା ଏହାର ଟ୍ରେଲର। ଏହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ସେବେଠାରୁ ଦର୍ଶକେ ଏହାର ରିଲିଜ ଡେଟ୍‌କୁୁ ଅପେକ୍ଷା କରି ରହିଛନ୍ତି। ଏସବୁ ମଧ୍ୟରେ ରଣବୀରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁ। ଏକ କାର୍ଯ୍ୟକ୍ରମରେ ମହେଶ ବାବୁ ରଣବୀରଙ୍କ ସବୁଠାରୁ ବଡ଼ ପ୍ରଶଂସକ ବୋଲି କହିବା ସହ ତାଙ୍କୁ ଦେଶର ଶ୍ରେଷ୍ଠ ଅଭିନେତା ବୋଲି କହିଛନ୍ତି। ଏହାଛଡ଼ା ସେ ରଣବୀରଙ୍କ ଫିଲ୍ମର ସଫଳତାର କାମନା ମଧ୍ୟ କରିଛନ୍ତି।

ତେବେ ‘ଆନିମଲ’ରେ ରଣବୀରଙ୍କ ସହ ରଶ୍ମିକା ମନ୍ଦାନା, ଅନିଲ କପୁର ଏବଂ ବବି ଦେଓଲଙ୍କ ସମେତ ଅନେକ ବଡ଼ କଳାକାର ନଜର ଆସିବେ। ଫିଲ୍ମଟି ଡିସେମ୍ବର ୧ରେ ପରଦାକୁ ଆସିବ। ହିନ୍ଦୀ ସହ ତେଲୁଗୁ, ତାମିଲ, କନ୍ନଡ଼ , ମାଲାୟାଲାମ ସମେତ ଅନେକ ଭାଷାରେ ଏହା ରିଲିଜ ହେବ।

Share